ମ୍ୟାଚ ଫିକ୍ସିଙ୍ଗରେ ୧୦ ବର୍ଷ ଜେଲ, ୫ ଗୁଣ ଜରିମାନା ହେଉ: ଅନୁରାଗ ଠାକୁର

ନୂଆଦିଲ୍ଲୀ: ବିସିସିଆଇର ପୂର୍ବତନ ଅଧ୍ୟକ୍ଷ ଅନୁରାଗ ଠାକୁର କହିଛନ୍ତି, ମ୍ୟାଚ୍‌ ଫିକ୍ସିଙ୍ଗରେ ଅତି କମ୍‌ରେ ୧୦ ବର୍ଷ ଜେଲ ଓ ଏହି ମାମଲାରେ ରାଶିର ୫ଗୁଣ ଜରିମାନା କରାଯିବା ଦରକାର। ଏହି ଘରୋଇ ବିଧେୟକ ସଂସଦର ଶୀତକାଳୀନ ଅଧିବେଶନରେ ଉପସ୍ଥାପନ କରାଯାଇ ପାରେ। ଏଥିରେ ପ୍ରସ୍ତାବ ରଖାଯାଇଛି ଯେ, ଏଭଳି ଅନିୟମିତତା ମାମଲା ଉପରେ ନିୟନ୍ତ୍ରଣ ରଖିବାକୁ ଖେଳ ସଂଘ ପାଇଁ ନିୟାମକ ସଂସ୍ଥା ଗଠନ କରାଯିବା ଦରକାର, ଯାହା ପାଖରେ କି ନ୍ୟାୟାଳୟର ଅଧିକାର ରହିବ।

ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ ଠାକୁର ଏହି ବିଧେୟକରେ ପ୍ରସ୍ତାବ ରଖିଛନ୍ତି ଯେ, ସମସ୍ତ ଖେଳ ସଂଗଠନ ଡୋପିଙ୍ଗ, ମ୍ୟାଚ ଫିକ୍ସିଙ୍ଗ, ବୟସ ସମ୍ପର୍କିତ ଅନିୟମିତତା, ମହିଳାଙ୍କୁ ଯୌନ ଉତ୍ପୀଡ଼ନ ଓ ଖେଳରେ ଅନ୍ୟ ଅନୈତିକ ଆଚରଣ ମାମଲାରେ ପ୍ରସ୍ତାବିତ ରାଷ୍ଟ୍ରୀୟ ଖେଳ ଆଚରଣ ଆୟୋଗକୁ ରିପୋର୍ଟ ଦିଆଯିବ।

ବିଧେୟକ ଅନୁସାରେ ଆୟୋଗରେ ସୁପ୍ରିମକୋର୍ଟ ଅଥବା କୌଣସି ବି ହାଇକୋର୍ଟର ୪ଜଣ ଅବସରପ୍ରାପ୍ତ ନ୍ୟାୟାଧୀଶଙ୍କ ସହିତ ୬ଜଣ ସଦସ୍ୟ ରହିବେ। ଭାରତର ପ୍ରଧାନ ବିଚାରପତିଙ୍କ ପରାମର୍ଶରେ ସଦସ୍ୟଙ୍କ ନିଯୁକ୍ତି ହେବ। ବିଧେୟକରେ ଖେଳାଳି ଓ ସେମାନଙ୍କର କୋଚଙ୍କୁ ଅନିୟମିତତା ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ।

ସମ୍ବନ୍ଧିତ ଖବର