ଇଂଲଣ୍ଡ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ବବ୍ ୱିଲିସ୍‌ଙ୍କ ପରଲୋକ

ଲଣ୍ଡନ : ଇଂଲଣ୍ଡ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ବବ୍ ୱିଲିସ୍‌ଙ୍କର ୭୦ ବର୍ଷ ବୟସରେ ପରଲୋକ ହୋଇ ଯାଇଛି। ୧୯୭୧ରୁ ୧୯୮୪ ମଧ୍ୟରେ ୯୦ ଟେଷ୍ଟ୍‌ରେ ଇଂଲଣ୍ଡର ପ୍ରତିନିଧିତ୍ବ କରି ସେ ୩୨୫ ୱିକେଟ୍ କରାୟତ କରିଥିଲେ। ୧୯୮୧ ମସିହା ଆସେସ୍ ଶୃଙ୍ଖଳାରେ ଇଂଲଣ୍ଡ ହେଡିଂଲେଠାରେ ହାସଲ କରିଥିବା ଐତିହାସିକ ବିଜୟରେ ସେ ପ୍ରମୁଖ ଭୁମିକା ତୁଲାଇଥିଲେ। ୱିଲିସ୍‌ ୧୮ ଟେଷ୍ଟ୍‌ ଏବଂ ୨୯ ଦିନିକିଆରେ ଇଂଲଣ୍ଡର ଅଧିନାୟକ ଦାୟିତ୍ବ ତୁଲାଇଥି‌ଲେ। ୧୯୮୪ ମସିହାରେ ସେ ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ଅବସର ନେଇଥିଲେ। ଏହା ପରେ ସେ ବିଭିନ୍ନ କ୍ରୀଡ଼ା ଚ୍ୟାନେଲରେ କ୍ରିକେଟ୍ ବିଶେଷଜ୍ଞ ଦାୟିତ୍ବ ତୁଲାଇଥିଲେ।

ସମ୍ବନ୍ଧିତ ଖବର