କଟକ: ପୂର୍ବତନ ଫୁଟବଲ ଖେଳାଳି ଶେଖ ୟୁନୁସ୍ଙ୍କ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୬୫ ବର୍ଷ ବୟସ ହୋଇଥିଲା। ଦୀର୍ଘ ଦିନ ଧରି ସେ ଅସୁସ୍ଥ ଥିବାରୁ ଚାଉଳିଆଗଞ୍ଜ ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ଚିକିତ୍ସାଧିନ ଅବସ୍ଥାରେ ଆଜି ଭୋର ପ୍ରାୟ ୫ଟା ବେଳକୁ ସେ ଶେଷ ନିଶ୍ବାସ ତ୍ୟାଗ କରିଥିଲେ। ଶେଖବଜାର ବାସିନ୍ଦା ସ୍ବର୍ଗତ ୟୁନୁସ ୧୯୭୭ ମସିହାରେ ଭାରତୀୟ କନିଷ୍ଠ ଫୁଟ୍ବଲ୍ ଦଳର ସଦସ୍ୟ ଥିଲେ। ଏହାବ୍ୟତୀତ ରାଜ୍ୟର ଏକାଧିକ କ୍ଲବ୍ ପକ୍ଷରୁ ସେ ଖେଳିଥିବାବେଳେ ଅନେକ ଜାତୀୟ ପ୍ରତିଯୋଗିତାରେ ସେ ରାଜ୍ୟକୁ ପ୍ରତିନିଧିତ୍ବ କରିଛନ୍ତି। ପୂର୍ବତଟ ରେଳବାଇରୁ ଅବସର ନେବା ପରେ ଫୁଟ୍ବଲ୍ର ଉନ୍ନତି ଦିଗରେ କାର୍ଯ୍ୟ କରିଆସୁଥିଲେ ସେ । ଶେଷ ସମୟରେ ପତ୍ନୀ ନୈମାତୁନ୍ ନିଶା ବେଗମଙ୍କ ସହ ପୁଅ ଓ ଝିଅ ଉପସ୍ଥିତ ଥିଲେ। ସ୍ବର୍ଗତ ୟୁନୁସଙ୍କ ବିୟୋଗରେ ରାଜ୍ୟ ଫୁଟ୍ବଲ ସଂଘ ‘ଫାଓ’ ପକ୍ଷରୁ ଶୋକ ପ୍ରକାଶ କରାଯାଇଛି।
ପୂର୍ବତନ ଫୁଟ୍ବଲ୍ ଖେଳାଳି ଶେଖ ୟୁନୁସ୍ଙ୍କ ପରଲୋକ
/sambad/media/post_attachments/wp-content/uploads/2021/05/45645645fhsssssssssssssssssssss.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)