କଟକ : ଭାରତୀୟ ମହିଳା ଫୁଟ୍ବଲ ଦଳର ପୂର୍ବତନ ପ୍ରଶିକ୍ଷକ ମହମ୍ମଦ ସାହିଦ ଜବାରଙ୍କ ବାପା ତଥା ପୂର୍ବତନ ଫୁଟ୍ବଲ ଖେଳାଳି ଅବଦୁଲ ଜବାରଙ୍କ ପରଲୋକ ଘଟିଛି। ତାଙ୍କୁ ୮୫ ବର୍ଷ ବୟସ ହୋଇଥିଲା। ଦୀର୍ଘ ଦିନଧରି ବାର୍ଦ୍ଧକ୍ୟ ଜନିତ ରୋଗରେ ସେ ପୀଡ଼ିତ ଥିଲାବେଳେ ମଙ୍ଗଳବାର ରାତିରେ ଝୋଲା ସାହିସ୍ଥିତ ବାସଭବନରେ ଶେଷ ନିଶ୍ବାସ ତ୍ୟାଗ କରିଥିଲେ। ସ୍ବର୍ଗତ ଜବାର ରାଜ୍ୟ ପାଇଁ ଅନେକ ମ୍ୟାଚ୍ ଖେଳିଥିଲା ବେଳେ କୋଲକାତାର ମହମ୍ମଡାନ ସ୍ପୋର୍ଟିଂ ପକ୍ଷରୁ ମଧ୍ୟ ଖେଳିବାର ସୁଯୋଗ ପାଇଥିଲେ। ବ୍ରଜରାଜନଗରସ୍ଥିତ ଓରିଏଣ୍ଟ ପେପର ମିଲ୍ରେ ସେ କାର୍ଯ୍ୟରତ ଥିଲେ। ଶେଷ ସମୟ ବେଳକୁ ତାଙ୍କ ପତ୍ନୀ ଓ ଦୁଇ ପୁଅ ଉପସ୍ଥିତ ଥିଲେ। ଜବାରଙ୍କ ବିୟୋଗରେ ଓଡ଼ିଶା ଫୁଟ୍ବଲ ସଂଘ ‘ଫାଓ’ର ସମ୍ପାଦକ ଆଶୀର୍ବାଦ ବେହେରା ଓ ଅନ୍ୟାନ୍ୟ କର୍ମକର୍ତ୍ତାମାନେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।
ପୂର୍ବତନ ଫୁଟ୍ବଲ ଖେଳାଳି ଅବଦୁଲ ଜବାରଙ୍କ ପରଲୋକ
/sambad/media/post_attachments/wp-content/uploads/2020/09/Abdul-Jabbar.jpeg.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)