ନୂଆଦିଲ୍ଲୀ: ୬ ଥରର ବିଶ୍ବ ବିଜୟିନୀ ଭାରତୀୟ ମହିଳା ମୁଷ୍ଟିଯୋଦ୍ଧା ଏମ୍ସି ମେରିକମ୍ ନାମରେ ନୂଆ ଅଭିଯୋଗ ଆଣିଛନ୍ତି ତାଙ୍କ ପୂର୍ବତନ ପତି କରୁଙ୍ଗ ଓନ୍ଖୋଲର (ଓନଲର୍)। ମେରିକମ୍ ଓ ଓନଲର୍ ୨୦ ବର୍ଷରୁ ଅଧିକ ସମୟ ଏକାଠି ରହିବା ପରେ ୨୦୨୩ରେ ବିବାହବିଚ୍ଛେଦ ହୋଇଥିଲା। ଓନଲର୍ ବହୁ ଟଙ୍କା ନେବା ସହ ଅନେକ ଜମି ହଡ଼ପ କରି ନେଇଛନ୍ତି ବୋଲି ସାଂସଦ ମେରିକମ୍ ଅଭିଯୋଗ କରିବା କରିଥିଲେ। ଏଥିଲାଗି ସେ ଓନଲର୍ଙ୍କ ସମ୍ପର୍କ ତୁଟାଇବାକୁ ଚାହିଥିଲେ। ଏହିସବୁକୁ ଓନଲର୍ ଖଣ୍ଡନ କରିଛନ୍ତି ଏବଂ ମେରିକମ୍ ନାଁରେ ଓଲଟା ଅଭିଯୋଗ କରିଛନ୍ତି।
ଓନଲର୍ କହିଛନ୍ତି, ‘‘୨୦୧୩ ମସିହାରେ ଜଣେ କନିଷ୍ଠ ମୁଷ୍ଟିଯୋଦ୍ଧା ସହ ମେରିକମ୍ ସମ୍ପର୍କ ଥିଲା। ଏହାକୁ ନେଇ ଆମ ପରିବାର ମଧ୍ୟରେ ଝଗଡ଼ା ହୋଇଥିଲା, ଏବଂ ତା’ପରେ ଆପୋଷ ବୁଝାମଣାରେ ସମାଧାନ କରିଥିଲୁ। ପୁଣି ଥରେ ୨୦୧୭ ମସିହାରେ, ମେରିକମ୍ ବକ୍ସିଂ ଏକାଡେମୀରେ କାମ କରୁଥିବା ଜଣଙ୍କ ସହିତ ସେ ସମ୍ପର୍କ ରଖିଥିଲେ ବୋଲି ମୁଁ ଜାଣିବାକୁ ପାଇଲି। ମୋ ପାଖରେ ଏହାର ପ୍ରମାଣ ଭାବେ ହ୍ବାଟ୍ସଆପ୍ ମେସେଜ୍ ରହିଛି। ଏହା ଦେଖି ମୁଁ ମଧ୍ୟ ଚୁପ୍ ରହିଲି। ସେ ଏକା ରହିବା କି ଅନ୍ୟ ସ୍ବାମୀ ସହ ରହିବାକୁ ଚାହିବା ନେଇ ଆମର ଛାଡ଼ପତ୍ର ହୋଇଛି। ସେ ଅନ୍ୟ ସ୍ବାମୀ ସହ ରହିଲେ ମୋ’ର କିଛି ଆପତ୍ତି ନାଁ କିନ୍ତୁ ମୋତେ ଦୋଷ ଦିଅନ୍ତୁନି।
‘ମୋ ପାଖରେ ଏବେ ବହୁତ ସମ୍ପତ୍ତି ରହିଛି’
ଯଦି ମୋ ବିରୋଧରେ ଅଭିଯୋଗ କରୁଛ ପ୍ରମଣ ଦେଖାଅ। ମୁଁ ଜାଣିଛି ସେ କୋଉଠି ଓ କାହା ସାଙ୍ଗରେ ରହୁଛନ୍ତି। ମୋ ପାଖରେ ଏବେ ବହୁତ ସମ୍ପତ୍ତି ରହିଛି। ସେ ମୋ ନାଁରେ ଯେଉଁ ୫ କୋଟି ଚୋରି କରିଥିବା ଅଭିଯୋଗ କରିଛନ୍ତି। ତାହାଲେ ମୋ ଆକାଉଣ୍ଟ ଦେଖନ୍ତୁ କୋଉଠି ଅଛି। ବିବହାର ୧୮ ବର୍ଷ ଧରି ଆମେ ଏକାଠି ଥିଲୁ। ଏବେ ଏହା ଦେଖୁଛ। ସେ ଜଣ ପାଗଳି। ମୁଁ ତାଙ୍କ ସହ ୧୮ ବର୍ଷ ରହିଛି। ଏବେ ମୁଁ କ’ଣ। ଦିଲ୍ଲୀରେ ଗୋଟେ ଭଡ଼ା ଘରେ ରହୁଛି। ସେ ଜଣେ ସେଲିବ୍ରିଟି ବୋଲି ଯାହ କହିବେ ଶୁଣିବେ’’। ସୂଚନାଯୋଗ୍ୟ ୨୦୦୫ରେ ଉଭୟ ବିବାହବନ୍ଧନ ଆବଦ୍ଧ ହୋଇଥିଲେ। ଉଭୟଙ୍କ ୪ଟି ସନ୍ତାନ ମଧ୍ୟ ଅଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2026/01/15/15bbs_68_15012026_112-2026-01-15-20-42-27.jpg)