ନୂଆଦିଲ୍ଲୀ: ଚଳଚ୍ଚିତ୍ର ତାରକାଙ୍କ ପରି ଦିଶୁଥିବା ୧୯୬୦ ଦଶକ ଭାରତୀୟ କ୍ରିକେଟ୍ର ଷ୍ଟାଇଲିସ୍ ଅଲ୍-ରାଉଣ୍ଡର୍ ସଲିମ୍ ଦୁରାନିଙ୍କର ଆଜି ୮୮ ବର୍ଷ ବୟସରେ ଦେହାନ୍ତ ହୋଇଯାଇଛି।
ଗୁଜରାଟର ଜାମନଗରଠାରେ ସେ ତାଙ୍କ ସାନଭାଇ ଜାହାଙ୍ଗୀର ଦୁରାନିଙ୍କ ପାଖରେ ରହୁଥିଲେ।
ଚଳିତ ବର୍ଷ ଜାନୁଆରି ମାସରେ ପଡ଼ିଯାଇ ଦୁରାନିଙ୍କ ଜଙ୍ଘ ହାଡ଼ ଭାଙ୍ଗିଯିବାରୁ ତାଙ୍କ ଗୋଡ଼ରେ ‘ପ୍ରକ୍ସିମାଲ୍ ଫିମୋରାଲ୍ ନେଲ୍ ଜର୍ଜରି’ କରାଯାଇଥିଲା।
/sambad/media/post_attachments/wp-content/uploads/2023/04/sd.jpg) Image Courtesy of The Indian Express
 Image Courtesy of The Indian Expressକାବୁଲ୍ରେ ଜନ୍ମିତ ଦୁରାନି ୨୯ଟି ଟେଷ୍ଟ୍ ମ୍ୟାଚ୍ ଖେଳିଥିଲେ। ୧୯୬୧-୬୨ରେ ଅନୁଷ୍ଠିତ ସ୍ମରଣୀୟ ‘୫-ମ୍ୟାଚ୍ ଟେଷ୍ଟ୍ ସିରିଜ୍’ରେ ଇଂଲଣ୍ଡ୍କୁ ୨-୦ରେ ପରାସ୍ତ କରାଇବାରେ ସେ ଭାରତୀୟ ଟିମ୍ ପାଇଁ ମୁଖ୍ୟ ଭୂମିକା ନିର୍ବାହ କରିଥିଲେ। କାଲ୍କାଟା ଓ ମାଡ୍ରାସ୍ରେ ଅନୁଷ୍ଠିତ ଉକ୍ତ ମ୍ୟାଚ୍ ସିରିଜ୍ରେ ବାମହାତି ବୋଲର୍ ଦୁରାନି ଯଥାକ୍ରମେ ୮ ଓ ୧୦ଟି ୱିକେଟ୍ ହାସଲ୍ କରିଥିଲେ।
ଏହାର ଏକ ଦଶନ୍ଧି ପରେ ପୋର୍ଟ ଅଫ୍ ସ୍ପେନ୍ରେ ୱେଷ୍ଟ୍ ଇଣ୍ଡିଜ୍ ବିପକ୍ଷରେ ଭାରତକୁ ବିଜୟୀ କରାଇବାରେ ମଧ୍ୟ ତାଙ୍କର ଗୁରୁତ୍ବପୂର୍ଣ୍ଣ ଭୂମିକା ଥିଲା। ସେ ମ୍ୟାଚ୍ରେ ଦୁରାନି କ୍ଲାଇବ୍ ଲିୟଡ୍ ଓ ସାର୍ ଗେର୍ଫିଲଡ୍ ସବର୍ସଙ୍କୁ ଆଉଟ୍ କରିଥିଲେ।
ଚମତ୍କାର ବେଶ-ପୋଷାକ, ଷ୍ଟାଇଲ୍ ଓ ସ୍ମାର୍ଟନେସ୍ ପାଇଁ ସୁପରିଚିତ ଦୁରାନି ଭାରତ ପାଇଁ ଖେଳିଥିବା ୫୦ ଇନିଙ୍ଗ୍ସ୍ରେ ମାତ୍ର ଗୋଟିଏ ଶତକ ହାସଲ କରିଥିଲେ ବି ୫୦ଟି ଅର୍ଦ୍ଧଶତକ ହାସଲ କରିଥିଲେ। ସେ ସଂଗ୍ରହ କରିଥିବା ସମୁଦାୟ ରନ୍ ସଂଖ୍ୟା ୧,୨୦୨।
୧୯୭୩ରେ ମୁକ୍ତିଲାଭ କରିଥିବା ବଲିଉଡ୍ ଚଳଚ୍ଚିତ୍ର ‘ଚରିତ୍ର’ରେ ସେ ପ୍ରଖ୍ୟାତ ଅଭିନେତ୍ରୀ ପର୍ୱିନ୍ ବାବିଙ୍କ ସହିତ ଅଭିନୟ କରିଥିଲେ।
/sambad/media/post_attachments/wp-content/uploads/2023/04/durani-parween.jpg) Image Courtesy of Vidyolo
 Image Courtesy of Vidyoloତାଙ୍କ ବିୟୋଗରେ ଭାରତର ବହୁ କ୍ରିକେଟ୍ ଖେଳାଳି ଶୋକବାର୍ତ୍ତା ଟୁଇଟ୍ କରିଛନ୍ତି। ଭାରତର ପୂର୍ବତନ ହେଡ୍ କୋଚ୍ ରବି ଶାସ୍ତ୍ରୀ ଲେଖିଛନ୍ତି: ସଲିମ୍ ଦୁରାନି- ନିଃସନ୍ଦେହ ଭାରତର ଅନ୍ୟତମ ସବୁଠୁ ଜାଜ୍ଜ୍ବଲ୍ୟମାନ କ୍ରିକେଟ୍ ଖେଳାଳି। ଶାନ୍ତିରେ ବିଶ୍ରାମ ନିଅ। ଓଁ ଶାନ୍ତି।
ଭାରତର ପୂର୍ବତନ ବ୍ୟାଟ୍ସ୍ମ୍ୟାନ୍ ଭିଭିଏସ୍ ଲକ୍ଷ୍ମଣ ଟୁଇଟ୍ କରି ଲେଖିଛନ୍ତି: ସଲିମ୍ ଦୁରାନି ହେଉଛନ୍ତି ଭାରତର ପ୍ରଥମ ଅର୍ଜୁନ ପୁରସ୍କାରପ୍ରାପ୍ତ କ୍ରିକେଟ୍ ଖେଳାଳି ଏବଂ ଲୋକଙ୍କ ଚାହିଦାନୁସାରେ ଛକା ମାରୁଥିବା ବ୍ୟକ୍ତି। ଓଁ ଶାନ୍ତି। ତାଙ୍କ ପରିବାର, ବନ୍ଧୁବର୍ଗ ଓ ପ୍ରିୟପରିଜନଙ୍କୁ ଆନ୍ତରିକ ସମବେଦନା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/04/durani.jpg)
