ଦୁର୍ଘଟଣାରେ ପୂର୍ବତନ ଇଣ୍ଡିଜ ଦ୍ରୁତ ବୋଲର ମୋସେଲି ମୃତ

ବ୍ରିଜଟାଉନ୍: ପୂର୍ବତନ ୱେଷ୍ଟ୍‌ଇଣ୍ଡିଜ୍ ଦ୍ରୁତ ବୋଲର ଏଜରା ମୋସେଲି (୬୩ ବର୍ଷ)ଙ୍କର ଏକ ରାସ୍ତା ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ସେ ଏବିସି ଜାତୀୟ ରାଜପଥରେ ସାଇକେଲ ନେଇ ଯାଉଥିଲା ବେଳେ ତାଙ୍କୁ ଏକ କାର୍‌ ଧକ୍କା ଦେଇଥିଲା। ଫଳରେ ତାଙ୍କର ମୃତ୍ୟୁ ଘଟିଥିଲା। ‌ମୋସେଲି ୧୯୯୦ରେ ଇଂଲଣ୍ଡ ବିପକ୍ଷରେ ଦୁଇଟି ଟେଷ୍ଟ୍‌ ଖେଳିଥି‌ଲେ। ଏଥିସହ ୧୯୯୦-୯୧ ଋତୁରେ ଇଣ୍ଡିଜ୍‌ ପକ୍ଷରୁ ୯ ଦିନିକିଆ ଖେଳିଥିଲେ। ଅନ୍ତର୍ଜାତୀୟ ପଦାର୍ପଣ ପୂର୍ବରୁ ସେ ଇଂଲିସ କାଉଣ୍ଟି କ୍ରିକେଟ୍‌ରେ ‌ଗ୍ଲାମରଗାନ୍‌ ପକ୍ଷରୁ ଖେଳିଥି‌ଲେ। ୨୦୧୬ ମହିଳା ଟି-୨୦ ବିଶ୍ବକପ୍‌ ବି‌ଜେତା ଇଣ୍ଡିଜ୍‌ ଦଳର ସେ ସହପ୍ରଶିକ୍ଷକ ଥିଲେ।

ସମ୍ବନ୍ଧିତ ଖବର