ନୂଆଦିଲ୍ଲୀ: ପୂର୍ବତନ ଭାରତୀୟ କ୍ରିକେଟର ଅମିତ ମିଶ୍ରଙ୍କ ବିରୋଧରେ ତାଙ୍କ ପତ୍ନୀ ଗରିମା ମିଶ୍ର ଯୌତୁକ ନିର୍ଯାତନା ଦେଉଥିବାର ଅଭିଯୋଗ ଆଣିଛନ୍ତି। 

Advertisment

ରିପୋର୍ଟ ଅନୁସାରେ, ଗରିମା ଅଭିଯୋଗ କରିଛନ୍ତି ଯେ ତାଙ୍କୁ ଯୌତୁକ ପାଇଁ ଅମିତ ମିଶ୍ର ଖୁବ ନିର୍ଯାତନା ଦେଇ ହଇରାଣ କରିଛନ୍ତି। ଏମିତି କି ଅମିତ ୧୦ ଲକ୍ଷ ଟଙ୍କା ଏବଂ ଏକ କାର ଦେବାକୁ ମଧ୍ୟ ଦାବି କରିଥିଲେ। ଅମିତ ମିଶ୍ରଙ୍କର ଅନ୍ୟ ମହିଳାଙ୍କ ସହିତ ସମ୍ପର୍କ ଅଛି। ଯେଉଁ କାରଣରୁ ସେ ଛାଡ଼ପତ୍ର ଦେବାପାଇଁ ବି ଅନେକ ସମୟରେ ଧମକ ଦେଇଥାଆନ୍ତି। ଯେଉଁ କାରଣରୁ ଉଭୟଙ୍କ ମଧ୍ୟରେ  ଝଗଡ଼ା ବି ଲାଗିଥାଏ। 

ଗରିମା ସ୍ବାମୀ କ୍ରିକେଟର ଅମିତ ମିଶ୍ର ଏବଂ ତାଙ୍କ ପରିବାର ବିରୋଧରେ ଘରୋଇ ହିଂସା ମାମଲା ରୁଜୁ କରିଛନ୍ତି। ଏଥିସହିତ ଗାରିମା ୧ କୋଟି ଟଙ୍କାର କ୍ଷତିପୂରଣ ମଧ୍ୟ ଦାବି କରିଛନ୍ତି।

ଗାରିମା ଏହି ମାମଲାରେ ଅମିତ ମିଶ୍ର, ଅମିତଙ୍କ ବାପା ଶଶିକାନ୍ତ ମିଶ୍ର, ମାଆ ବୀଣା ମିଶ୍ର, ଭାଇ ଅମର ମିଶ୍ର, ଭଉଣୀ ଋତୁ ମିଶ୍ର ଓ ସ୍ୱାତୀ ମିଶ୍ରଙ୍କ ନାମରେ ଅଭିଯୋଗ କରିଛନ୍ତି। 

ଗରିମାଙ୍କ ଅଭିଯୋଗକୁ କେନ୍ଦ୍ର କରି କୋର୍ଟ ପୂର୍ବତନ ଭାରତୀୟ କ୍ରିକେଟର ଅମିତ ମିଶ୍ରଙ୍କୁ ନୋଟିସ୍ ଜାରି କରିଛନ୍ତି। ପରବର୍ତ୍ତୀ ଶୁଣାଣି ମଇ ୨୬ ତାରିଖରେ ହେବ।