ଲାହୋର: ପାକିସ୍ତାନର ପୂର୍ବତନ ଅଧିନାୟକ ତଥା ତାଙ୍କ ସମୟର ନାମକରା ବ୍ୟାଟର୍ ଥିବା ସଇଦ ଅହମଦ (୮୬ ବର୍ଷ)ଙ୍କ ମୃତ୍ୟୁ ଘଟିଛି। ଅହମଦ ୪୧ ଟେଷ୍ଟ୍ ଖେଳି ୫ ଶତକ ଓ ୧୫ ଅର୍ଦ୍ଧଶତକ ସହ ୨୯୯୧ ରନ୍ କରିଛନ୍ତି। ଏଥିସହ ସାମୟିକ ସ୍ପିନ୍ ବୋଲିଂରେ ୨୨ ୱିକେଟ୍ ଅକ୍ତିଆର କରିଛନ୍ତି। ୧୯୫୮ରେ ସେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଟେଷ୍ଟ୍ ପଦାର୍ପଣ କରିଥିଲା ବେଳେ ଶେଷ ଟେଷ୍ଟ୍ ୧୯୭୨-୭୩ରେ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳିଥିଲେ। ୧୯୬୯ରେ ସେ ପାକିସ୍ତାନର ଷଷ୍ଠ ଅଧିନାୟକ ଭାବେ ଦାୟିତ୍ବ ନେଇଥିଲେ। ସେ ମୋଟ ୩ଟି ମ୍ୟାଚ୍ରେ ଦଳର ନେତୃତ୍ବ ନେଇଥିଲା ବେଳେ ଏହି ସମସ୍ତ ଅମୀମାଂସିତ ରହିଥିଲା। ତାଙ୍କ ମୃତ୍ୟୁରେ ପିସିବି ଅଧ୍ୟକ୍ଷ ମହସିନ ନକ୍ବି ଶୋକ ପ୍ରକାଶ କରିଛନ୍ତି।
Advertisment
Sambad is now on WhatsApp
Join and get latest news updates delivered to you via WhatsApp