ବାର୍ବାଡସ୍‌: ଭାରତୀୟ କ୍ରିକେଟ୍‌ ଦଳର ୨୦୦୩-୦୪ ଅଷ୍ଟ୍ରେଲିଆ ଗସ୍ତରେ ଏକ ଅଭାବନୀୟ ଘଟଣା ଘଟିଥିଲା। କଙ୍ଗାରୁ ବୋଲର୍‌ ଜାସନ ଗିଲେସ୍ପିଙ୍କ ବଲ୍‌ ପ୍ରଥମେ ମାଷ୍ଟର୍‌ ବ୍ଲାଷ୍ଟର୍‌ ସଚିନ ତେନ୍ଦୁଲକରଙ୍କ କାନ୍ଧ ଓ ପରେ ପ୍ୟାଡ୍‌ରେ ବାଜିଥିଲା। ଅଷ୍ଟ୍ରେଲୀୟ ଖେଳାଳିମାନେ ଏକ ସ୍ବରରେ ଅପିଲ କରିଥିଲେ। ବିବାଦୀୟ କାରବୀୟ ଅମ୍ପାୟାର ଷ୍ଟିଭ୍‌ ବକନର୍‌ କ୍ରିକେଟ୍‌ର ସବୁ ନିୟମ କାନୁନକୁ ଜଳାଞ୍ଜଳି ଦେଇ ତୁରନ୍ତ ଅଙ୍ଗୁଳି ଉଠାଇ ସଚିନଙ୍କୁ ଆଉଟ୍‌ ଘୋଷଣା କରିଥିଲେ। ତାଙ୍କର ଏହି ବିତର୍କିତ ନିଷ୍ପତ୍ତି ଯାହା କେବଳ ପ୍ରଶଂସକ ନୁହେଁ, କ୍ରିକେଟ୍‌ ବିଶେଷଜ୍ଞଙ୍କୁ ମଧ୍ୟ ପୂରା ବିସ୍ମିତ କରିଥିଲା।

Advertisment

ଦୁର୍ଭାଗ୍ୟବଶତଃ ସେତେବେଳେ ଡିଆର୍‌ଏସ୍‌ ନଥିଲା। ଏଣୁ ନିରୁପାୟ ସଚିନ ଜଣେ ସଚ୍ଚା ଓ ଭଦ୍ର କ୍ରିକେଟର୍‌ ଭାବେ କ୍ରିଜ୍‌ ଛାଡ଼ି ପ୍ୟାଭିଲିୟନ ଫେରି ଯାଇଥିଲେ। ବକନର୍‌ କିନ୍ତୁ ତାଙ୍କ ତ୍ରୁଟିପୂର୍ଣ୍ଣ ନିଷ୍ପତ୍ତିର ଶକାର ଏହା ପରେ ମଧ୍ୟ କରି ଚାଲିଥିଲେ। ଏହା ପରେ ବି ଅନେକ ମ୍ୟାଚ୍‌ରେ ସଚିନ ଆଉଟ୍‌ ନଥିଲେ ବି ବକନର ତାଙ୍କୁ ଆଉଟ୍‌ ଘୋଷଣା କରିଥିଲେ। ସଚିନ ଅନ୍ତର୍ଜାତୀୟ କ୍ରିକେଟ୍‌ ଶେଷ ହେବାର ୧୨ ଏବଂ ଏହି ବିବାଦୀୟ ଘଟଣାର ୨୨ ବର୍ଷ ପରେ ଯାଇ ବକନର୍‌ ନିଜ ଦୋଷ ସ୍ବୀକାର କରିଛନ୍ତି।

ଆହୁରି ପଢ଼ନ୍ତୁ: Cricket: ପାକିସ୍ତାନ ବିପକ୍ଷରେ ବ୍ରୁକ୍‌ଙ୍କ ଶତକ, ସେମିରେ ଇଂଲଣ୍ଡ

ସଚିନଙ୍କୁ ଅଯଥା ଟର୍ଗେଟ୍‌ କରିଥିବା ଏକ ସାକ୍ଷାତକାର ଅବସରରେ ମାନି ନେଇଛନ୍ତି। ବ୍ରିସବନ୍‌ରେ ସଚିନଙ୍କୁ ଆଉଟ୍‌ ଘୋଷଣା କରିବା ଏକ ଭୁଲ୍‌ ନିଷ୍ପତ୍ତି ଥିଲା। ହେଲେ ମଣିଷ ତା’ ଜୀବନରେ ଅନେକ ଭୁଲ୍‌ କରିଥାଏ। ମୁଁ ମଧ୍ୟ ଏକ ଭୁଲ୍‌ କରିଥିଲି ବୋଲି ବକର ଏହି ଅବସରରେ କହିଛନ୍ତି। ବକନର୍‌ ୨୦୦୫ ମସିହାରେ ମଧ୍ୟ ଆଉ ଥରେ ସଚିନଙ୍କୁ ତ୍ରୁଟିପୂର୍ଣ୍ଣ ଭାବେ ଆଉଟ୍‌ ଘୋଷଣା କରିଥିଲେ। ଏହି ବର୍ଷର ଭାରତ-ପାକିସ୍ତାନ ମ୍ୟାଚ୍‌ରେ ଅବଦୁଲ ରଜାକଙ୍କ ବଲ୍‌ରେ ସଚିନଙ୍କୁ କଟ୍‌ ବିହାଇଣ୍ଡ୍‌ ଆଉଟ୍‌ ଆଉଟ୍‌ ଘୋଷଣା କରିଥିଲେ। ପରେ ବଲ୍‌ ସଚିନଙ୍କ ବ୍ୟାଟ୍‌ରେ ଆଦୌ ବାଜି ନଥିବା ଜଣାପଡ଼ିଥିଲା। ସଚିନ କିନ୍ତୁ କେବେବି ବକନର୍‌ଙ୍କୁ ସର୍ବସାଧାରଣରେ ସମାଲୋଚନା କରି ନଥିଲେ। ଏକ ସାକ୍ଷାତକାର ବେଳେ ବକନର୍‌ଙ୍କ ଏକାଧିକ ଭୁଲ୍‌ ନିଷ୍ପତ୍ତିକୁ ନେଇ ତାଙ୍କୁ ଯେତେବେଳେ ପ୍ରଶ୍ନ ହୋଇଥିଲା ସେତେବେଳେ ସଚିନ ମଜାଳିଆ ଢଙ୍ଗରେ କହିଥିଲେ, ଯେତେବେଳେ ମୁଁ ଯେତେବେଳେ ବ୍ୟାଟିଂ କରୁଛି ତାଙ୍କୁ (ବକନର୍‌ଙ୍କୁ) ଏକ ବକ୍ସିଂ ଗ୍ଲୋଭ୍‌ସ ପିନ୍ଧିବାକୁ ଦେଇ ଦିଅନ୍ତୁ, ସେ ଯେମିତି ଆଉ ଅଙ୍ଗୁଳି ଉଠାଇ ପାରିବେନି।