ବାର୍ବାଡସ୍: ୱେଷ୍ଟ୍ଇଣ୍ଡିଜ୍ର ପୂର୍ବତନ ବ୍ୟାଟ୍ସମ୍ୟାନ୍ ସିମୋର୍ ନର୍ସଙ୍କ ପରଲୋକ ଘଟିଛି। ଦୀର୍ଘ ବର୍ଷର ଅସୁସ୍ଥତା ପରେ ୮୫ ବର୍ଷ ବୟସରେ ସୋମବାର ନର୍ସ ପରଲୋକ ଗମନ କରିଛନ୍ତି। ୧୯୬୦ରୁ ୧୯୬୯ ମସିହା ମଧ୍ୟରେ ନର୍ସ ୱେଷ୍ଟଇଣ୍ଡିଜ୍ ପକ୍ଷରୁ ୨୯ ଟେଷ୍ଟ୍ ଖେଳିଥିଲେ। ସେ ୧୯୬୦ରେ ଇଂଲଣ୍ଡ୍ ବିପକ୍ଷରେ ଟେଷ୍ଟ୍ ପଦାର୍ପଣ କରିଥିଲେ। ତେବେ ୧୯୬୬ରେ ଇଂଲଣ୍ଡ ଗସ୍ତରେ ସେ ଇଣ୍ଡିଜ୍ ଦଳ ପକ୍ଷରୁ ୫ ଟେଷ୍ଟ୍ ଖେଳି ୫୦୧ ରନ୍ କରିଥିଲେ। ଯେଉଁଥିରେ ଗୋଟିଏ ଶତକ ଓ ୪ ଅର୍ଧଶତକ ସାମିଲ ଥିଲା। ଆଉ ତାଙ୍କର ସେହି ସଫଳତା ପାଇଁ ୧୯୬୭ ମସିହାରେ ତାଙ୍କୁ ୱିଜ୍ଡେନ୍ କ୍ରିକେଟର୍ ଅଫ୍ ଦି ଇୟର ପୁରସ୍କାର ମଧ୍ୟ ମିଳିଥିଲା। ତେବେ ନ୍ୟୁଜିଲାଣ୍ଡ୍ ବିପକ୍ଷ ଖ୍ରିଷ୍ଟଚର୍ଚ ଟେଷ୍ଟରେ ଦମ୍ଦାର ୨୫୮ ରନ୍ ତାଙ୍କ ଟେଷ୍ଟ ଜୀବନର ସର୍ବୋଚ୍ଚ ସ୍କୋର୍ ଥିଲା। ମୋଟାମୋଟି ଭାବେ ସେ ୨୯ ଟେଷ୍ଟ୍ରୁ ୬ ଶତକ ଓ ୧୦ ଅର୍ଧଶତକ ବଳରେ ୨୫୨୩ ରନ୍ କରିଥିଲେ। ଅନ୍ୟପକ୍ଷରେ ୧୪୧ ପ୍ରଥମ ଶ୍ରେଣୀ ମ୍ୟାଚ୍ ଖେଳିଥିବା ନର୍ସ ୨୬ ଶତକ ସହାୟତାରେ ୯୪୮୯ ରନ୍ କରିଥିଲେ। ସେ ମଧ୍ୟ ଜଣେ ଦକ୍ଷ କ୍ଷେତ୍ରରକ୍ଷକ ଭାବେ ୧୧୬ କ୍ୟାଚ୍ ଧରିଥିଲେ। ସେହିପରି ୬ ଲିଷ୍ଟ୍- ଏ ମ୍ୟାଚ୍ ୨୪୬ (ଗୋଟିଏ ଲେଖାଏଁ ଶତକ ଓ ଅର୍ଧଶତକ) ରନ୍ କରିଥିଲେ। ନର୍ସ ବାର୍ବାଡସ୍ ଦଳର ଜଣେ ମଧ୍ୟକ୍ରମ ବ୍ୟାଟ୍ସମ୍ୟାନ୍ ଥିଲେ। ଅବସର ପରେ ସେ ବାର୍ବାଡସ୍ର ଚୟନକର୍ତା ସାଙ୍ଗକୁ ଦଳୀୟ ପ୍ରବନ୍ଧକ ରହିଥିଲେ। ଅନ୍ୟତମ ପୂବର୍ତନ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ଡେସ୍ମଣ୍ଡ୍ ହେନ୍ସ ସାମାଜିକ ଗଣମାଧ୍ୟମ ଫେସ୍ବୁକ୍ ପୋଷ୍ଟ ଜରିଆରେ ତାଙ୍କ ପରଲୋକ ଖବର ପ୍ରକାଶ କରିଛନ୍ତି। ମୋ ପ୍ରଶିକ୍ଷକ ଓ ମୋ ମେଣ୍ଟର୍ ନର୍ସଙ୍କୁ ଆମେ ସମସ୍ତେ ଭଲ ପାଉଥିଲୁ। ଆଉ ତାଙ୍କ ଦେହାନ୍ତ ଖବର ଆମମାନଙ୍କୁ ଖୁବ୍ ଦୁଃଖିତ କରିଛି ବୋଲି ହେନ୍ସ କହିଛନ୍ତି। ତାଙ୍କର ଜାଆଁଳା ଝିଅ ରହିଛନ୍ତି।
ପୂର୍ବତନ ଇଣ୍ଡିଜ୍ ବ୍ୟାଟ୍ସମ୍ୟାନ୍ ନର୍ସଙ୍କ ପରଲୋକ
/sambad/media/post_attachments/wp-content/uploads/2019/05/2-Former-West-Indies-batsman-Seymour-Nurse-dies-aged-85.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)