ସାଂଘାଇ: ମୋଟର ସ୍ପୋର୍ଟସର ଅଗ୍ରଜ ଫର୍ମୁଲା ୱାନ୍ ରବିବାର ୧୦୦୦ତମ ରେସ୍କୁ ସଫଳତାର ସହ ସମ୍ପନ୍ନ କରି ଏକ ନୂଆ ମାଇଲଖୁଣ୍ଟ ଛୁଇଁଛି। ଚାଇନିଜ୍ ଗ୍ରାଁ ପ୍ରିରେ ଅନୁଷ୍ଠିତ ଏହି ବିଶ୍ବ ଚାମ୍ପିଅନ୍ସିପ୍ ରେସ୍କୁ ମର୍ସିଡିଜ୍ର ବ୍ରିଟିସ୍ ଚାଳକ ଲୁଇସ୍ ହାମିଲଟନ୍ ଜିତିଛନ୍ତି। ତାଙ୍କ ମର୍ସିଡିଜ୍ ସାଥୀ ଭାଲଟେରି ବୋଟ୍ଟାସ ଦ୍ବିତୀୟ ସ୍ଥାନରେ ରହିବାର ଗୌରବ ମଧ୍ୟ ପାଇଛନ୍ତି। ଏଥି ସହିତ ଚଳିତ ଋତୁର ପ୍ରଥମ ୩ ରେସ୍ରେ ହାମିଲଟନ୍-ବୋଟ୍ଟାସ ମିଳିତ ଭାବେ ୧-୨ ସ୍ଥାନ ଦଖଲ କରି ହ୍ୟାଟ୍ରିକ୍ ମଧ୍ୟ ଅର୍ଜନ କରିଛନ୍ତି। ଫେରାରି ଚାଳକ ସେବାଷ୍ଟିଏନ୍ ଭେଟେଲ୍ ତୃତୀୟ ସ୍ଥାନରେ ରହିଥିଲେ। ରେଡ୍ ବୁଲ୍ର ଏମ୍ ଭର୍ଷ୍ଟାପେନ୍, ପିଏଲର୍ ଗାସଲି ଯଥାକ୍ରମେ ଚତୁର୍ଥ ଓ ଷଷ୍ଠ ସ୍ଥାନରେ ରହିଥିଲେ। ଫେରାରିର ସି ଲସଲର୍କ ପଞ୍ଚମରେ ରହିଥିଲେ। ମୋଟ ଉପରେ କିନ୍ତୁ ହାମିଲଟନ୍ ନିଜର ଖେଳ ଜୀବନର ୭୫ତମ ବିଜୟ ହାସଲ କରି ସର୍ବକାଳୀନ କୀର୍ତିମାନ ତାଲିକାରେ ମାଇକେଲ୍ ସୁମାକର (୯୧)ଙ୍କ ପଛକୁ ଦ୍ବିତୀୟ ସ୍ଥାନରେ ପହଞ୍ଚିଛନ୍ତି। କେବଳ ଚାଇନିଜ୍ ଗ୍ରାଁ ପ୍ରିରେ ହାମିଲଟନଙ୍କ ଏହା ଷଷ୍ଠ ବିଜୟ। ଦୁଇ ସପ୍ତାହ ତଳେ ବାହାରିନ୍ରେ ଭାଗ୍ୟ ବଳରେ ଜିତିଥିବା ହାମିଲଟନ ମଧ୍ୟ ଚଳିତ ଋତୁରେ ଲଗାତାର ଦ୍ବିତୀୟ ରେସ୍ ଜିତିଛନ୍ତି। ଏଥି ସହିତ ପୋଲ ପୋଜିସନ୍ରେ ଥିବା ଖେଳାଳି ଚଳିତ ଋତୁର ବିଜେତା ହେବାରୁ ବଞ୍ଚିତ ରହିଛନ୍ତି। ‘‘ଫର୍ମୁଲା ୱାନ୍ର ୧୦୦୦ତମ ରେସ୍କୁ ଜିତିବାର ଗୌରବ ପାଇବା ନିଶ୍ଚିତ ସ୍ବତନ୍ତ୍ର। ଭଲ ଆରମ୍ଭ କରିପାରିଥିବାରୁ ଏହା ସମ୍ଭବ ହେଲା’’ ବୋଲି କହିଛନ୍ତି ହାମିଲଟନ୍। ହାମିଲଟନ୍ ମଧ୍ୟ ୨୦୧୪ ମସିହାରେ ଏହି ବିଶ୍ବ ପ୍ରତିଯୋଗିତାର ୯୦୦ତମ ବିଜୟକୁ ବାହାରିନ୍ ଗ୍ରାଁ ପ୍ରିରେ ହାସଲ କରିଥିଲେ।
ଫର୍ମୁଲା ୱାନ୍ @ ୧୦୦୦, ହାମିଲଟନ୍ଙ୍କୁ ୭୫ତମ ବିଜୟ
/sambad/media/post_attachments/wp-content/uploads/2019/04/Untitled-3-13.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)