ଦକ୍ଷିଣ ଆଫ୍ରିକା ବିପକ୍ଷରେ ଶେଷ ଦିନିକିଆରେ ମିଳିପାରେ ଏହି ୪ ଭାରତୀୟଙ୍କୁ ସୁଯୋଗ

ଟିମ୍‌ ଇଣ୍ଡିଆର ଲକ୍ଷ୍ୟ ୫-୧ରେ ଶୃଙ୍ଖଳା ବିଜୟ

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକା ଗସ୍ତରେ ଥିବା ବିରାଟ ବାହିନୀ ୬ଟି ଦିନିକିଆ ଶୃଙ୍ଖଳାରେ ୪-୧ରେ ଅଗ୍ରଣୀ ଥିବା ବେଳେ ଶେଷ ଦିନିକିଆକୁ ମଧ୍ୟ ନିଜର ନାମରେ କରିବାକୁ ଉତ୍ସାହିତ ଅଛି। ମାତ୍ର ଶେଷ ଦିନିକିଆ ପାଇଁ କୋହଲି କିଛି ଖେଳାଳିଙ୍କୁ ବିଶ୍ରାମ ଦେଇ ତାଙ୍କ ସ୍ଥାନରେ ୪ଜଣ ନୂଅାଁ ଖେଳାଳିଙ୍କୁ ସୁଯୋଗ ଦେଇପାରନ୍ତି। ଭାରତୀୟ ଟିମ୍‌ ଶୁକ୍ରବାର ୬ଷ୍ଠ ତଥା ଅନ୍ତିମ ଦିନିକିଆ ଖେଳିବ। ଫଳାଫଳକୁ ନେଇ ଯଦିଓ ଉଭୟ ଟିମ୍‌ ଚିନ୍ତା କରୁ ନାହାଁନ୍ତି ତଥାପି ଏହି ମ୍ୟାଚକୁ ଜିଣି କୋହଲି ଫଳାଫଳ ୫-୧ରେ ଶେଷ କରିବାକୁ ଚାହାଁନ୍ତି।

ଗତ ୩ଟି ମ୍ୟାଚ୍‌ରେ ଆଜିଙ୍କ୍ୟ ରାହାଣେ ୪ ନମ୍ବରରେ ବ୍ୟାଟିଂ କରି ମାତ୍ର ୨୭ ରନ୍‌ ସଂଗ୍ରହ କରିଛନ୍ତି। ସେଥିପାଇଁ ଶେଷ ଦିନିକିଆରେ ରାହାଣେଙ୍କ ସ୍ଥାନରେ ଦିନେଶ କାର୍ତ୍ତିକଙ୍କୁ ସୁଯୋଗ ମିଳିପାରେ। ରାହାଣେ କେପ୍‌ଟାଉନ୍‌ରେ ୧୧ ରନ୍‌ ଓ ଜୋହାନେସବର୍ଗ ପୋର୍ଟ ଏଲିଜାବେଥରେ ୮-୮ରନ୍‌ ସଂଗ୍ରହ କରିଥିଲେ।

ଶେଷ ଦିନିକିଆ ପାଇଁ ଚୂଡ଼ାନ୍ତ ଏକାଦଶରେ ଆଜିଙ୍କ୍ୟ ରାହାଣେଙ୍କ ସ୍ଥାନରେ ଦିନେଶ କାର୍ତ୍ତିକ ଖେଳି ପାରନ୍ତି। ଭୁବନେଶ୍ୱର କୁମାରଙ୍କ ସ୍ଥାନରେ ମହମ୍ମଦ ସାମି ଖେଳିପାରନ୍ତି। ସେହିଭଳି କେଦାର ଯାଧବଙ୍କୁ ମଧ୍ୟ ସୁଯୋଗ ମିଳିପାରେ। ଚଳିତ ଶୃଙ୍ଖଳାରେ କୁଳଦୀପ ଯାଦବ ଓ ଯୁଜବେନ୍ଦ୍ର ଚହଲ ଭଲ ପ୍ରଦର୍ଶନ କରିଥିଲେ ବି ଏଥରୁ ଜଣକୁ ବିଶ୍ରାମ ମିଳିପାରେ। ସେହି ସ୍ଥାନରେ ଅକ୍ଷର ପଟେଲ ଖେଳି ପାରନ୍ତି।

ସେହିଭଳି ଦକ୍ଷିଣ ଆଫ୍ରିକା ବିପକ୍ଷରେ ୬ଟି ମ୍ୟାଚ୍‌ ଶୃଙ୍ଖଳାରେ ଭୁବନେଶ୍ୱର କୁମାର ଏପର୍ଯ୍ୟନ୍ତ ୨ଟି ଓ୍ଵିକେଟ ନେଇଛନ୍ତି। ତାଙ୍କ ସ୍ଥାନରେ ମହମ୍ମଦ ସାମିଙ୍କୁ ସୁଯୋଗ ମିଳିପାରେ। ଭୁବନେଶ୍ୱରଙ୍କ ପ୍ରଦର୍ଶନ ସେତେ ଭଲ ନଥିଲା। ସେଞ୍ଚୁରିଅନ୍‌ ଦିନିକିଆରେ ଟିମ୍‌ ପରିଚାଳନା କମିଟି କେଦାର ଯାଧବଙ୍କୁ ଆଉ ଏକ ସୁଯୋଗ ଦେଇପାରେ। ଯାଧବ ଗତ ୨ଟି ଦିନିକିଆରେ ଖେଳି ନାହାଁନ୍ତି। ତାଙ୍କ ସ୍ଥାନରେ ଶ୍ରେୟସ ଆୟାରଙ୍କୁ ସୁଯୋଗ ମିଳିଥିଲେ ମଧ୍ୟ ସେ ନିଜର ଭଲ ପ୍ରଦର୍ଶନ ଦେଖାଇ ପାରି ନାହାଁନ୍ତି।

କୁଳଦୀପ ଯାଦବ ଓ ଯୁଜବେନ୍ଦ୍ର ଚହଲ ଏପର୍ଯ୍ୟନ୍ତ ୩୦ ଓ୍ଵିକେଟ ନେଇଛନ୍ତି। ନିଶ୍ଚିତ ଭାବରେ କୁହାଯାଇ ପାରିବ ଏହା ଏକ ରେକର୍ଡ। ଏମାନଙ୍କୁ ବିଶ୍ରାମ ଦିଆଯିବା ସହଜ ନୁହେଁ। କିନ୍ତୁ ପରିଚାଳନା କମିଟି ଏଥରୁ ଜଣଙ୍କୁ ବିଶ୍ରାମ ଦେଇ ଅକ୍ଷର ପଟେଲଙ୍କୁ ସୁଯୋଗ ଦେଇପାରେ।

ସମ୍ବନ୍ଧିତ ଖବର