ଭୁବନେଶ୍ବର: ବିହାରର ରାଜଗିରଠାରେ ଶନିବାରଠୁ ଆରମ୍ଭ ହେବ ୨୦ ବର୍ଷରୁ କମ୍ ଏସୀୟ ରଗ୍ବି ଏମିରେଟ୍ସ ୭ଏସ୍ ପ୍ରତିଯୋଗିତା। ଏହି ଦୁଇଦିନିଆ ପ୍ରତିଯୋଗିତାରେ ଭାଗନେବାକୁ ଯାଉଥିବା ଭାରତୀୟ ପୁରୁଷ ଓ ମହିଳା ଦଳରେ ୪ ଜଣ ଓଡ଼ିଆ ସ୍ଥାନ ପାଇଛନ୍ତି। ପୁରୁଷ ଦଳରେ ଭରତ କିଶାନ ଓ ଚରଣ ହେମ୍ବ୍ରମ ଏବଂ ମହିଳା ଦଳରେ ରିତୁ ମାଝି ଓ ମାମାଲି ସିଂହ ସ୍ଥାନ ପାଇଛନ୍ତି। ଏହି ସମ୍ମାନଜନକ ପ୍ରତିଯୋଗିତା ଲାଗି ଭାରତୀୟ ଦଳରେ ସ୍ଥାନ ପାଇଥିବା ୪ଜଣ ଓଡ଼ିଶା ଖେଳାଳି ହେଉଛନ୍ତି କିସ୍ର। କୋଲ୍କାତାସ୍ଥିତ ସାଇ ନେତାଜୀ ସୁଭାଷ ଇଷ୍ଟର୍ଣ୍ଣ କେନ୍ଦ୍ରରେ ଜାତୀୟ ଶିବିର ପରେ ଭାରତୀୟ ଦଳ ରାଜଗିରରେ ପହଞ୍ଚି ଅଭ୍ୟାସ ଆରମ୍ଭ କରିଛି। ପୁରୁଷରେ ଭାରତ ସହ ଚୀନ୍, ହଂକଂ, ଉଜବେକିସ୍ତାନ, କାଜାଖସ୍ତାନ, ଶ୍ରୀଲଙ୍କା, ମାଲେସିଆ ରହିଛନ୍ତି। ସେହିଭଳି ମହିଳାରେ କେବଳ ମାଲେସିଆକୁ ଛାଡ଼ି ପୁରୁଷରେ ଥିବା ସମସ୍ତ ଦେଶ ସହ ନେପାଳ ରହିଛି। ଭାରତୀୟ ଦଳରେ ସ୍ଥାନ ପାଇଥିବା ସମସ୍ତ କିସ୍ ଖେଳାଳିଙ୍କୁ ଏହାର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଶୁଭେଚ୍ଛା ଜଣାଇଛନ୍ତି।
କମାଲ ଦେଖାଇବେ ୪ ଓଡ଼ିଆ
ବିହାରର ରାଜଗିରଠାରେ ଶନିବାରଠୁ ଆରମ୍ଭ ହେବ ୨୦ ବର୍ଷରୁ କମ୍ ଏସୀୟ ରଗ୍ବି ଏମିରେଟ୍ସ ୭ଏସ୍ ପ୍ରତିଯୋଗିତା। ଏହି ଦୁଇଦିନିଆ ପ୍ରତିଯୋଗିତାରେ ଭାଗନେବାକୁ ଯାଉଥିବା ଭାରତୀୟ ପୁରୁଷ ଓ ମହିଳା ଦଳରେ ୪ ଜଣ ଓଡ଼ିଆ ସ୍ଥାନ ପାଇଛନ୍ତି।
/sambad/media/media_files/2025/08/09/untitled-10-2025-08-09-06-59-54.jpg)