ଆଇଟିଏଫ୍ ଫ୍ୟୁଚର୍ସକୁ ସୋମବାର ସକାଳେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ। ସଂଧ୍ୟାରେ କିନ୍ତୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ଆଡ଼ମ୍ବରପୂର୍ଣ୍ଣ ଉତ୍ସବରେ ଡେଭିସ୍ କପ୍ ଆୟୋଜନ ନେଇ ଦମ୍ଭୋକ୍ତି ପ୍ରକାଶ କରିଥିଲେ। କଳିଙ୍ଗ ଷ୍ଟାଡିୟମ୍ର ଟେନିସ୍ ଭିତ୍ତିଭୂମୀକୁ ଅନ୍ତର୍ଜାତୀୟ ସ୍ତରର କରାଯାଇ ଚାଲେଞ୍ଜର୍ସ ଏବଂ ଡେଭିସ୍ କପ୍ ଭଳି ପ୍ରତିଯୋଗିତା ଆୟୋଜନ କରାଯିବାକୁ ପ୍ରସ୍ତାବ ଦିଆଯିବ ବୋଲି ଘୋଷଣା କରିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଓଡ଼ିଶାର ୪ ଜଣ ଉଦୀୟମାନ ଟେନିସ୍ ଖେଳାଳି ଋତୁପର୍ଣ୍ଣା ଚୌଧୁରୀ, ଅମିକ୍ କିରଣ ବଟ୍ଟ, କବିର୍ ହଂସ ଏବଂ ଅଭିଷେକ ମହାପାତ୍ରଙ୍କୁ ଓଟିଏ ପ୍ରଦତ୍ତ ୫୦,୦୦୦ ଟଙ୍କା ଲେଖାଏଁ ପ୍ରୋତ୍ସାହନ ରାଶିକୁ ମୁଖ୍ୟମନ୍ତ୍ରୀ ପ୍ରଦାନ କରିଥିଲେ। ଆଇଟିଏଫ୍ ଫ୍ୟୁଚର୍ସର ସମସ୍ତ ୩୨ ଜଣ ମୁଖ୍ୟ ଡ୍ର’ ଖେଳାଳିଙ୍କୁ ମଧ୍ୟ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ସମ୍ବର୍ଧିତ କରିଥିଲେ। ଏହି ଉତ୍ସବରେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ସହିତ କ୍ରୀଡ଼ା ସଚିବ ବିଶାଲ କୁମାର ଦେବ, ଆଇଟା ସମ୍ପାଦକ ହିରଣ୍ମୟ ଚାଟାର୍ଜୀ, ଓଟିଏ ସଭାପତି ଅସିତ ତ୍ରିପାଠୀ, ସମ୍ପାଦକ ମଧୁସୂଦନ ପାଢ଼ୀ ପ୍ରମୁଖ ଉପସ୍ଥିତ ଥିଲେ।
ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ସମ୍ବର୍ଧିତ ହେଲେ ୪ ଖେଳାଳି
/sambad/media/post_attachments/wp-content/uploads/2018/02/awarded-by-cm.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)