ନୂଆଦିଲ୍ଲ: ଦିଲ୍ଲୀ ନିକଟସ୍ଥ ସିନ୍ଧୁ ସୀମାରେ ରବିବାର ଭୋର ୩ଟାରେ ହୋଇଥିବା ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୪ଜଣ ପାଓ୍ଵାରଲିଫ୍ଟରଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଘନ କୁହୁଡ଼ି ଯୋଗୁଁ ହୋଇଥିବା ଦୁର୍ଘଟଣାରେ ୨ଜଣ ଗୁରୁତର ଆହତ ହୋଇଛନ୍ତି। ଦିଲ୍ଲୀ ପୁଲିସ କହିବା ଅନୁସାରେ ଭୋର ୩ଟାରେ ହୋଇଥିବା ଏହି ଦୁର୍ଘଟଣା ହୋଇଛି। ଦୁର୍ଘଟଣାରେ ଗୁରୁତର ହୋଇଥିବା ୬ଜଣଙ୍କୁ କାଳ ବିଳମ୍ବ ନକରି ରାଜ ହରିଶ୍ଚନ୍ଦ୍ର ହସ୍ପିଟାଲ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧିନ ଅବସ୍ଥାରେ ୪ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨ଜଣଙ୍କ ଅବସ୍ଥା ଗୁରତର ଅଛି।
ମୃତ ଖେଳାଳିମାନେ ହେଲେ ଟିକମଚାନ୍ଦ, ସୌରଭ, ଯୋଗେଶ ଓ ହରିଶ ରାୟ। ଏମାନେ ସମସ୍ତେ ତିମରପୁର ଅଞ୍ଚଳର ବୋଲି ପୁଲିସ କହିଛି। ଗୁରୁତର ବ୍ୟକ୍ତି ଦ୍ୱୟ ହେଲେ ସକ୍ଷମ ଓ ରୋହିତ।
ସକ୍ଷମ ଥିଲେ ଜଣେ ଜାତୀୟସ୍ତରର ଖେଳାଳି। ତାଙ୍କୁ ମ୍ୟାକ୍ସ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିବା ବେଳେ ରୋହିତଙ୍କୁ ଲୋକ ନାୟକ ଜୟ ପ୍ରକାଶ ନାରାୟଣ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି।
ପୁଲିସର ପ୍ରାଥମିକ ତଦନ୍ତ ଅନୁସାରେ ଦ୍ରୁତ ଗତିରେ କାର ଯାଉଥିବା ଯୋଗୁଁ ଦୁର୍ଘଟଣା ଘଟିଥିଲା। କାର ଭିତରୁ କିଛି ବୋତଲ ମିଳିଛି। ସେମାନେ ମଦ ପିଇ ଗାଡ଼ି ଚଳାଉଥିବା ପୁଲିସ ଅନୁମାନ କରିଛି। ପୁଲିସ ଘଟଣାର ଅଧିକ ତଦନ୍ତ କରୁଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/01/Accident_Sambad-Graphic.jpg)