ଆଇପିଏଲ୍‌ର ଚତୁର୍ଦ୍ଦଶ ସ˚ସ୍କରଣ: ୬ ଷ୍ଟାଡିୟମ୍‌, ୫୨ ଦିନ, ୬୦ ମ୍ୟାଚ୍‌

ନୂଆଦିଲ୍ଲୀ : ଆଇପିଏଲ୍‌ର ଚତୁର୍ଦ୍ଦଶ ସ˚ସ୍କରଣ ଏଥର ଭାରତକୁ ଫେରିଥିବାବେଳେ ୬ଟି ସ୍ଥାନରେ ମ୍ୟାଚ୍‌ଗୁଡିକୁ ସୀମିତ ରଖାଯିବ। ରବିବାର ପ୍ରକାଶିତ ସମ୍ପୂର୍ଣ୍ଣ ଖେଳସୂଚୀରୁ ଏହା ସ୍ପଷ୍ଟ ହୋଇଛି। ଏପ୍ରିଲ ୯ରୁ ମେ’ ୩୦ ତାରିଖ ମଧ୍ୟରେ ପ୍ରତିଯୋଗିତା ଆୟୋଜନ ପାଇଁ ବିସିସିଆଇ ଯୋଜନା କରିଛି। କୌଣସି ଦଳ ନିଜ ଘରୋଇ ପଡ଼ିଆରେ ଖେଳିବେ ନାହିଁ।

ଏଥର ଅହମ୍ମଦାବାଦ, ମୁମ୍ବାଇ, କୋଲକାତା, ଦିଲ୍ଲୀ, ଚେନ୍ନାଇ ଓ ବେଙ୍ଗାଲୁରୁରେ ଆଇପିଏଲ୍‌ ଖେଳାଯିବାକୁ ଚୂଡ଼ାନ୍ତ ହୋଇଛି। ମୋଟ ୫୨ ଦିନ ମଧ୍ୟରେ ୬୦ଟି ମ୍ୟାଚ୍‌ ଖେଳାଯିବ। ଖେଳାଳିମାନଙ୍କ ପକ୍ଷରେ ଜୈବ ବଳୟ ନିୟମ ମଧ୍ୟ ଲାଗୁହେବ। ଏଥିସହ ଷ୍ଟାଡିୟମକୁ ସୀମିତ ସ˚ଖ୍ୟାରେ ଦର୍ଶକ ଛଡ଼ାଯିବ। ଚେନ୍ନାଇରେ ମୁମ୍ବାଇ-ବାଙ୍ଗାଲୋର୍‌ ମୁକାବିଲାରୁ ଆରମ୍ଭ ହେବାକୁ ଥିବା ଏହି ଲିଗ୍‌ ଅହମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମ୍‌ରେ ସମସ୍ତ ପ୍ଲେ ଅଫ୍‌ ସହିତ ଫାଇନାଲ୍ ମ୍ୟାଚ୍‌ ସହ ଉଦ୍‌ଯାପିତ ହେବ। ଗତ ସ˚ସ୍କରଣ ବେଳେ କରୋନା ମହାମାରୀର ପ୍ରଭାବ ଅଧିକ ଥିବାରୁ ପ୍ରତିଯୋଗିତାକୁ ୟୁଏଇରେ ଆୟୋଜନ କରାଯାଇଥିଲା।

ସମ୍ବନ୍ଧିତ ଖବର