କନିଷ୍ଠ ବିଶ୍ବକପ୍ ହକି : ଭାରତକୁ ୫-୪ରେ ହରାଇଲା ଫ୍ରାନ୍ସ

ଭୁବନେଶ୍ବର: କନିଷ୍ଠ ହକି ବିଶ୍ଵକପରେ ପ୍ରଥମ ମ୍ୟାଚରେ କଡା ଟକ୍କର ଦେବା ସତ୍ତ୍ବେ ହାରିଯାଇଛି ଭାରତ । ଫ୍ରାନ୍ସ ୫-୪ରେ ଭାରତକୁ ପରାସ୍ତ କରିଛି ।

ଫ୍ରାନ୍ସ ମ୍ୟାଚର ପ୍ରଥମ ୫୦ ସେକେଣ୍ଡରେ ହିଁ ପ୍ରଥମ ଗୋଲ୍ କରି ଭାରତକୁ ବେକଫୁଟକୁ ନେଇ ଯାଇଥିଲା । ଫ୍ରାନ୍ସ ତରଫରୁ ସର୍ବାଧିକ ଅଧିନାୟକ ଟିମୋଥି କ୍ଲିମେଣ୍ଟ ୩ଟି ଗୋଲ୍ କରିଥିଲେ । ଅପରପକ୍ଷେ ପ୍ରଥମାର୍ଦ୍ଧରେ ଭାରତ ତରଫରୁ ଏତେ ଖାସ୍ ପ୍ରଦର୍ଶନ ଦେଖିବାକୁ ମିଳି ନଥିଲା। ପ୍ରଥମ କ୍ୱାର୍ଟର ସୁଦ୍ଧା ଉଭୟ ଦଳ ୨-୨ ଥିବା ବେଳେ ଫ୍ରାନ୍ସ ଦ୍ଵିତୀୟ, ତୃତୀୟ ଏବଂ ଚତୁର୍ଥ କ୍ୱାର୍ଟରରେ ଗୋଟିଏ ଲେଖାଏଁ ଗୋଲ୍ ଦେଇ ୫-୩ ରେ ଆଗୁଆ ରହିଥିଲା । କିନ୍ତୁ ଶେଷ କ୍ୱାର୍ଟରର ଶେଷ ୪ ମିନିଟରେ ଖେଳ ରୋମାଞ୍ଚକ ହେଇଥିଲା । ଭାରତ ତରଫରୁ  ପଛକୁ ପଛ ୨ ଟି ଗୋଲ୍ ଦେଇଥିଲେ ଉପ-ଅଧିନାୟକ ସଞ୍ଜୟ । ଏହି ମ୍ୟାଚରେ ସଞ୍ଜୟ ଭାରତ ତରଫରୁ ସର୍ବାଧିକ ୩ ଟି ଗୋଲ୍ କରିଥିଲେ ।

ସମ୍ବନ୍ଧିତ ଖବର