ଫିଫା ମାନ୍ୟତା ଶୀର୍ଷରେ ଫ୍ରାନ୍‌ସ

ଜୁରିକ୍‌: ବିଶ୍ୱ ବିଜେତା ଫ୍ରାନ୍‌ସ ନୂଆ ପଦ୍ଧତିରେ ପ୍ରଚଳିତ ଫିଫା ମାନ୍ୟତାର ଶୀର୍ଷ ସ୍ଥାନ ପାଇଛି। ଗୁରୁବାର ପ୍ରକାଶିତ ମାନ୍ୟତା ତାଲିକାରେ ଫ୍ରାନ୍‌ସ ଏହି ସଫଳତା ପାଇଥିଲା ବେଳେ ପୂର୍ବ ପଦ୍ଧତିରେ ଶୀର୍ଷ ସ୍ଥାନରେ ରହିଥିବା ଜର୍ମାନି ପଞ୍ଚଦଶ ସ୍ଥାନକୁ ଖସିଯାଇଛି। ଫ୍ରାନ୍‌ସ ପଛକୁ ବେଲ୍‌ଜିୟମ୍‌, ବ୍ରାଜିଲ୍‌ ଯଥାକ୍ରମେ ଦ୍ୱିତୀୟ ଓ ତୃତୀୟ ସ୍ଥାନ ପାଇଥିଲା ବେଳେ ବିଶ୍ୱକପ୍‌ ଉପବିଜେତା କ୍ରୋଏସିଆ ୨୦ରୁ ଚତୁର୍ଥକୁ ଲମ୍ଫ ଦେଇଛି। ସେହିପରି ୯ ସ୍ଥାନ ଲମ୍ଫ ଦେଇ ଉରୁଗୁଏ ପଞ୍ଚମରେ ପହଞ୍ଚିଥିଲା ବେଳେ ପୂବ ପଦ୍ଧତିରେ ଦ୍ୱାଦଶରେ ଥିବା ଇଂଲଣ୍ଡ ଷଷ୍ଠକୁ ଲମ୍ଫ ମାରିଛି। ଆର୍ଜେଣ୍ଟିନା ଏକାଦଶ ସ୍ଥାନକୁ ଖସିଥିଲା ବେଳେ ବିଶ୍ୱକପ୍‌ ଆୟୋଜକ ରୁଷିଆ ୭୧ରୁ ୨୧ତମ ସ୍ଥାନରେ ପହଞ୍ଚିଯାଇଛି। ତେବେ ନୂଆ ମାନ୍ୟତା ପଦ୍ଧତିରେ ଭାରତ ମଧ୍ୟ ଗୋଟିଏ ସ୍ଥାନ ଲମ୍ଫ ଦେଇ ୯୬ରେ ପହଞ୍ଚିଯାଇଛି। ଷ୍ଟିଫେନ୍‌ କେନ୍‌ଷ୍ଟାଣ୍ଟିନେଙ୍କ ଦଳ ଜର୍ଜିଆ ସହିତ ଏହି ସ୍ଥାନରେ ଯୁଗ୍ମ ଭାବେ ରହିଛି।

ସମ୍ବନ୍ଧିତ ଖବର