ନୂଆଦିଲ୍ଲୀ: ଭାରତ ଓ ଚେନ୍ନାଇ ସୁପରକିଙ୍ଗ୍ସ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ ଲୋକପ୍ରିୟତାର ଫାଇଦା ଉଠାଇବା ଲାଗି ସାଇବର୍ ଠକ ନୂଆ ଯୋଜନା କରିଛନ୍ତି। ସାମାଜିକ ଗଣମାଧ୍ୟମରେ ଧୋନିଙ୍କୁ ନେଇ ଲେଖା ଲେଖି କରି ଚାନ୍ଦା ଆଦାୟ କରୁଛନ୍ତି। mahi77i2 ନାମକ ଆକାଉଣ୍ଟ ହ୍ୟାଣ୍ଡଲରୁ ‘ଧୋନି ରାଞ୍ଚିରେ ଫଶି ଯାଇଛନ୍ତି, ୬୦୦ ଟଙ୍କା ପଠାନ୍ତୁ’ ବୋଲି ଏହି ସାଇବର୍ ଠକମାନେ ଲେଖି ସାଧାରଣ ଜନତାକୁ ଚୂନ ଲଗାଉଛନ୍ତି। ଲୋକଙ୍କ ବିଶ୍ବାସ ଭାଜନ ହେବା ପାଇଁ ଧୋନିଙ୍କର ଏକ ସେଲଫି ଓ ଚେନ୍ନାଇ ସୁପରକିଙ୍ଗ୍ସର ଟିମ୍ ସଂଗୀତକୁ ମଧ୍ୟ ଏହା ତଳେ ଲେଖିଛନ୍ତି। ସେଲଫି ସହ ଲେଖାଥିବା ଶୀର୍ଷକ ମାହିଙ୍କ ପ୍ରଶଂସକଙ୍କ ଧ୍ୟାନ ଆକର୍ଷଣ କରିଛି। ଏଥିରେ ଲେଖା ହୋଇଛି ‘ହାଏ, ମୁଁ ମହେନ୍ଦ୍ର ସିଂହ ଧୋନି, ମୁଁ ଏକ ବ୍ୟକ୍ତିଗତ ଆକାଉଣ୍ଟ୍ରୁ ଏହି ବାର୍ତ୍ତା ପଠାଉଛି। ମୁଁ ରାଞ୍ଚି ବାହାରେ ଅଛି ଏବଂ ମୋ ମନି ପର୍ସ ଆଣିବାକୁ ଭୁଲି ଯାଇଛି। ଆପଣ ମୋତେ ୬୦୦ ଟଙ୍କା ଫୋନ୍ ପେ କରିପାରିବେ କି? କଲେ ମୁଁ ବସ୍ରେ ଫେରିପାରନ୍ତି। ଘରେ ପହଞ୍ଚିବା ପରେ ଆପଣଙ୍କ ପଇସା ଫେରାଇ ଦିଅନ୍ତି।’ ଏହି ଲେଖା ଏବେ ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ହୋଇଛି।
ଧୋନିଙ୍କ ନାଁ ନେଇ ଠକେଇ
/sambad/media/post_attachments/wp-content/uploads/2024/04/sfhsfffhfhh.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)