ସୁପର କପ୍‌ ଫୁଟ୍‌ବଲ୍‌ ଟୁର୍ଣ୍ଣାମେଣ୍ଟ: କଳିଙ୍ଗ ଷ୍ଟାଡିୟମରେ ଦର୍ଶକଙ୍କୁ ମାଗଣା ମିଳିବ ଟିକେଟ୍‌

ଆସନ୍ତାକାଲି ୨ଟି ମ୍ୟାଚ୍‌: ଇଣ୍ଡିଆନ୍‌ ଆରୋଜ୍‌ ଓ ମୁମ୍ବାଇ ସିଟ ମଧ୍ୟରେ ପ୍ରଥମ ମୁକାବିଲା

ଭୁବନେଶ୍ୱର: ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ମାର୍ଚ୍ଚ ୧୬ରେ ଖେଳାଯିବାକୁ ଥିବା ସୁପର କପ୍‌ ଫୁଟବଲ୍‌ ଟୁର୍ଣ୍ଣାମେଣ୍ଟର ୨ଟି ମ୍ୟାଚ୍‌ ପାଇଁ ଦର୍ଶକଙ୍କୁ ମାଗଣାରେ ଟିକେଟ୍‌ ମିଳିବ। ଫୁଟ୍‌ବଲ୍‌ ପ୍ରତି ଦର୍ଶକଙ୍କୁ ଆକର୍ଷିତ କରିବା ତଥା ଏହି ଖେଳକୁ ପ୍ରୋତ୍ସାହନ ଯୋଗାଇବା ଉଦ୍ଦେଶ୍ୟ ନେଇ ଆୟୋଜକ ପକ୍ଷରୁ ଏଭଳି ବ୍ୟବସ୍ଥା କରାଯାଇଥିବା ଜଣାପଡ଼ିଛି। ଏଥି ପାଇଁ ସକାଳ ୧୦ଟାରେ ଜଣକୁ ୨ଟି ମାଗଣାରେ ଟିକେଟ ବଣ୍ଟାଯିବ। ୩ ନମ୍ବର ଗେଟ୍‌ରେ ପ୍ରାୟ ୪୦୦୦ ଦର୍ଶକଙ୍କୁ ଟିକେଟ୍‌ ଦିଆଯିବ। ସନ୍ଧ୍ୟା ୫ଟାରେ ପ୍ରଥମ ମ୍ୟାଚ୍‌ ଖେଳାଯିବାକୁ ଥିବା ବେଳେ ରାତ୍ରି ୮ଟାରେ ୨ୟ ମ୍ୟାଚ ଆରମ୍ଭ ହେବ।

ସନ୍ଧ୍ୟା ୫ଟାରେ ଇଣ୍ଡିଆନ୍‌ ଆରୋଜ୍‌ ଓ ମୁମ୍ବାଇ ସିଟି ମଧ୍ୟରେ କଳିଙ୍ଗ ଷ୍ଟାଡିୟମରେ ପ୍ରଥମ ମ୍ୟାଚ୍‌ ଖେଳାଯିବ। ଆରୋଜ୍‌ରେ ୧୯ ବର୍ଷରୁ କମ୍‌ ଜାତୀୟ ଟିମ୍‌ ଓ ୧୭ ବର୍ଷରୁ କମ୍‌ ଭାରତୀୟ ବିଶ୍ୱକପ୍‌ ଟିମ୍‌ର ଖେଳାଳି ଅଛନ୍ତି। ଏହି ମ୍ୟାଚ୍‌ ଷ୍ଟାର ସ୍ପୋର୍ଟସ-୧, ଷ୍ଟାର ସ୍ପୋର୍ଟସ୍‌-୧ ଏଚ୍‌ଡି, ହର୍ଟ ଷ୍ଟାର ଓ ଜିଓ ଟିଭିରେ ପ୍ରସାରଣ ହେବ। ସେହିଭଳି ୨ୟ ମ୍ୟାଚ୍‌ ରାତ୍ରି ୮ଟାରେ ଏଟିକେ ଓ ଚେନ୍ନାଇ ଏଫ୍‌ସି ମଧ୍ୟରେ ଖେଳାଯିବ।

ସମ୍ବନ୍ଧିତ ଖବର