ନୂଆଦିଲ୍ଲୀ: ଚଳିତବର୍ଷ ଭାରତୀୟ ଅନ୍ତର୍ଜାତୀୟ ସିନେମା ମହୋତ୍ସବ (ଆଇଏଫଏଫଆଇ)ରେ କେନ୍ଦ୍ରୀୟ ସଂଚାର ବ୍ୟୁରୋ (ସିବିସି) ଦ୍ବାରା ‘ସ୍ବାଧୀନତା ସଂଗ୍ରାମ ଓ ସିନେମା’ ଉପରେ ଏକ ପ୍ରଦର୍ଶନୀ ଗୋଆରେ ଆୟୋଜନ କରାଯାଇଛି। କେନ୍ଦ୍ର ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର ଆଜି କେମ୍ପଲ ଫୁଟବଲ ପଡ଼ିଆରେ ମଲ୍ଟି ମିଡିଆ ଡିଜିଟାଲ ପ୍ରଦର୍ଶନୀର ଉଦ୍ଘାଟନ କରିଛନ୍ତି। ନୂଆ ପ୍ରଯୁକ୍ତିର ବ୍ୟବହାର କରି ଭାରତର ସ୍ବାଧୀନତା ସଂଗ୍ରାମର ପୂରା କାହାଣୀ ବର୍ଣ୍ଣନା କରାଯାଇଛି। ୧୮୫୭ର ସ୍ବାଧୀନତା ସଂଗ୍ରାମ, ରାଜା ରାମମୋହନ ରାୟ, ନେତାଜୀ ସୁଭାଷ ଚନ୍ଦ୍ର ବୋଷ, ଭଗତ ସିଂହ ଏବଂ ଚନ୍ଦ୍ରଶେଖର ଆଜାଦ ଆଦିଙ୍କ ଉପରେ ରହିଥିବା ବିରଳ ଫୁଟେଜ ଆଦି ପ୍ରଦର୍ଶନୀରେ ସ୍ଥାନ ପାଇଛି।
ଆଇଏଫ୍ଏଫ୍ଆଇରେ ‘ସ୍ବାଧୀନତା ସଂଗ୍ରାମ ଓ ସିନେମା’ ପ୍ରଦର୍ଶନୀ
/sambad/media/post_attachments/wp-content/uploads/2022/11/54h654sf654sf65hsf4sf65h.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)