ପ୍ୟାରିସ : ଚଳିତ ମାସ ୨୭ ତାରିଖରୁ ଫ୍ରେଞ୍ଚ ଓପନ୍ ଗ୍ରାଣ୍ଡ୍ସ୍ଲାମ୍ ଟେନିସ ପ୍ରତିଯୋଗିତା ଆରମ୍ଭ ହେବ। ରୋଲାଣ୍ଡ ଗ୍ୟାରସରେ ଆୟୋଜିତ ହେବାକୁଥିବା ଏହି ପ୍ରତିଯୋଗିତା ଦେଖିବା ଲାଗି ଦିନକୁ ଅତିବେଶୀରେ ୧୦୦୦ ସମର୍ଥକଙ୍କୁ ଅନୁମତି ମିଳିବ। କରୋନା ମହାମାରୀ ଯୋଗୁଁ ସଂପ୍ରତି ଖାଲି ଷ୍ଟାଡିୟମରେ ପ୍ରାୟ ପ୍ରତିଯୋଗିତା ଆୟୋଜିତ ହେଉଛି। ହେଲେ ଫ୍ରାନ୍ସ ସରକାର ଗୁରୁବାର ଦୈନିକ ୧୦୦୦ ଦର୍ଶକଙ୍କୁ ଅନୁମତି ଦେବାକୁ ନିଷ୍ପତ୍ତି ନେଇଛନ୍ତି। ଷ୍ଟାଡିୟମର କ୍ଷମତା ୨୦,୦୦୦ ଥିଲା ବେଳେ ଏହାକୁ ୧୧,୫୦୦କୁ କମାଯାଇଥିଲା। ପରବର୍ତ୍ତୀ ସମୟରେ ୫୦୦୦ ଦର୍ଶକଙ୍କୁ ସୁଯୋଗ ଦେବା ଲାଗି ଆୟୋଜକ ଚିନ୍ତା କରିଥିଲେ। ୫୦୦୦ ଦର୍ଶକଙ୍କୁ ଷ୍ଟାଡିୟମରେ ପ୍ରବେଶ ଲାଗି ଆୟୋଜକ ପକ୍ଷରୁ ଅନୁରୋଧ କରାଯାଇଥିଲା। ଅନ୍ୟ ସ୍ଥାନ ପରେ ରୋଲାଣ୍ଡ ଗ୍ୟାରୋସରେ କରୋନା ନିୟମ ସମାନ। ଏଥିପାଇଁ ଆମେ ଦୈନିକ ଦର୍ଶକଙ୍କ ସଂଖ୍ୟା ୧୦୦୦ ମଧ୍ୟରେ ରଖିବାକୁ ଆୟୋଜକଙ୍କୁ ଅନୁମତି ଦେଇଛୁ ବୋଲି ଫ୍ରାନ୍ସ ପ୍ରଧାନମନ୍ତ୍ରୀ ଜିଅନ କାଷ୍ଟେକ୍ସ କହିଛନ୍ତି।
ଫ୍ରେଞ୍ଚ୍ ଓପନ୍ରେ ଦିନକୁ ୧୦୦୦ ଦର୍ଶକଙ୍କୁ ଅନୁମତି
/sambad/media/post_attachments/wp-content/uploads/2020/09/French-Open-allows-1000-spectators-a-day.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)