ଫ୍ରେଞ୍ଚ୍‌ ଓପନ୍‌ ବ୍ୟାଡ୍‌ମିଣ୍ଟନ କ୍ବାର୍ଟରରେ ହାରିଲେ ସାଇନା

ପ୍ୟାରିସ୍‌: ଭାରତୀୟ ବ୍ୟାଡ୍‌ମିଣ୍ଟନ୍‌ ଲଳନା ସାଇନା ନେ‌ହ୍ବାଲ୍‌ଙ୍କ ଫ୍ରେଞ୍ଚ୍‌ ଓପନ୍‌ ଅଭିଯାନ ଶେ‌ଷ ହୋଇଛି। ଶୁକ୍ରବାର ମହିଳା ଏକକ କ୍ବାର୍ଟର୍‌ ଫାଇନାଲ୍‌ରେ ସାଇନା ୨୦-୨୨, ୧୧-୨୧ ସିଧାସଳଖ ଗେମ୍‌ରେ ଶୀର୍ଷ ମାନ୍ୟତା ଚାଇନିଜ୍‌ ତାଇପେର ତାଇ ତିଜୁ ୟିଙ୍ଗ୍‌ଙ୍କଠାରୁ ହାରି ଯାଇଛନ୍ତି। ଅନ୍ୟପକ୍ଷରେ ସାତ୍ବିକ ସାଇରାଜ ରାଙ୍କିରେଡ୍ଡୀ ଓ ଚିରାଗ ସେଟ୍ଟୀ ଯୋଡ଼ି ୨୧-୧୭, ୨୧-୧୧ ସିଧାସଳଖ ଗେମ୍‌ରେ ନିଜ ଦେଶର ମନୁ ଅତ୍ରି ଓ ବି ସୁମିତ ରେଡ୍ଡୀ ଯୋଡ଼ିକୁ ପରାସ୍ତ କରି ସେମିଫାଇନାଲ୍‌ରେ ପହଞ୍ଚିଛନ୍ତି।

ସମ୍ବନ୍ଧିତ ଖବର