ଆଜିଠୁ ଫ୍ରେଞ୍ଚ ଓପନ୍: ଇତିହାସ ଆଶାରେ ନାଦାଲ, ଜୋକୋଭିକ୍‌

ପ୍ୟାରିସ୍‌: ଚଳିତ ବ‌ର୍ଷର ଫ୍ରେଞ୍ଚ୍‌ ଓପନ୍ ଗ୍ରାଣ୍ଡ ସ୍ଲାମ୍ ଟେନିସ୍ ପ୍ରତିଯୋଗତା ରବିବାରଠାରୁ ଆରମ୍ଭ ହୋଇଯିବ। କୋଭିଡ୍‌ ପରିସ୍ଥିତି ପାଇଁ ପ୍ରଥମ ଥର ସମସ୍ତ ମ୍ୟାଚ୍‌ ରାତ୍ରୀକାଳୀନ ହେବ ଏବଂ ଦର୍ଶକ ବିହୀନ ଖେଳାଯିବ। ଏଭଳି ଅପ୍ରତ୍ୟାଶିତ ପରିସ୍ଥିତି ଭିତରେ ଖେଳାଯିବାକୁ ଥିବା ଫ୍ରେଞ୍ଚ୍ ଓପନ୍‌ରେ ଦୁଇ ମହାନ ଖେଳାଳି ରାଫେଲ୍ ନାଦାଲ ଏବଂ ନୋଭାକ ଜୋକୋଭିକ୍‌ ନୂଆ ଇତିହାସ ରଚିବାର ସୁଯୋଗରେ ଅଛନ୍ତି। ନାଦାଲ ଯଦି ନିଜ ୧୩ତମ ରୋଲାଁ ଗ୍ୟାରୋସ୍‌ ଟ୍ରଫି ଜିତନ୍ତି ତେବେ ରୋଜର ଫେଡେରରଙ୍କ ୨୦ତମ ପ୍ରମୁଖ ଟ୍ରଫିକୁ ଟପି ନୂଆ କୀର୍ତ୍ତିମାନ ପ୍ରତିଷ୍ଠା କରିବେ। ୨୦୦୯ରେ ଏକମାତ୍ର ଫ୍ରେଞ୍ଚ୍‌ ଓପନ୍ ଟ୍ରଫି ଜିତିଥିବା ଫେଡେରର୍‌ ନିଜେ ଆଉ ସମ୍ଭାବନା ନଥିବା କହିଥିବାରୁ ନାଦାଲଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ ରହିଛି। ୨୦୧୬ରେ ରୋଲାଁ ଗ୍ୟାରୋସ୍‌ରେ ବିଜେତା ହୋଇଥିବା ଜୋ କୋଭିକ୍‌ ଯଦି ଏଠାରେ ବିଜେତା ହୁଅନ୍ତି ତେବେ ଏହି ଏକ ନମ୍ବର ଖେଳାଳି ଗତ ଅର୍ଦ୍ଧଶତାବ୍ଦୀର ପ୍ରଥମ ପୁରୁଷ ଭାବେ ସମସ୍ତ ୪ ପ୍ରମୁଖ ଟ୍ରଫିକୁ ଏକାଧିକ ଥର ଜିତିବାର ଗୌରବ ପାଇବେ। ତେବେ ଏଥର ଏହି ୩ ବଡ଼ ତାରକାଙ୍କ ମଧ୍ୟରୁ ମାତ୍ର ଜଣେ ହିଁ ଫାଇନାଲ୍ ଖେଳିବା ନିଶ୍ଚିତ ରହିଛି। କାରଣ ଡ୍ର’ ଉଠାଣରେ ଏମାନେ ଗୋଟିଏ ପାର୍ଶ୍ବରେ ରହିଛନ୍ତି। ଜୋକୋଭିକ୍‌ ଶୀର୍ଷ ମାନ୍ୟତା, ନାଦାଲ୍ ତୃତୀୟ ମାନ୍ୟତା ଏବଂ ଫେଡେରର୍ ଅଷ୍ଟମ ମାନ୍ୟତା ରହିଛନ୍ତି।

ଜୋ‌କୋଭିକ୍‌ଙ୍କ ପାଇଁ କ୍ବାର୍ଟରଫାଇନାଲରେ ଫେଡେରର୍‌ ଏବଂ ସେମିଫାଇନାଲରେ ନାଦାଲ ପ୍ରତିବଂଧକ ହୋଇପାରନ୍ତି। ଗତବର୍ଷ ନାଦାଲ୍ ବିଜେତା ହୋଇଥିଲେ। ସେହିଭଳି ବିଶ୍ବ ମାନ୍ୟତାର ଦ୍ବିତୀୟ ସ୍ଥାନରେ ଥିବା ରୁଷିଆର ଡାନିଲ ମେଦଭେଦଭ ଫ୍ରେଞ୍ଚ୍‌ ଓପନରେ କେବବି ଜିତି ନଥିବାରୁ ଏଥର ବହୁ ପ୍ରତୀକ୍ଷିତ ବିଜୟ ହାସଲ କରିବା ଲକ୍ଷ୍ୟରେ ରହିଛନ୍ତି। ୨୦୧୭ ମସିହାରେ ପ୍ରଥମ ଥର ଏଠାରେ ଖେଳିଥିବା ନାଦାଲ ଗତ ଚାରିଟି ଯାକ ଋତୁରେ ପ୍ରଥମ ରାଉଣ୍ଡରୁ ବିଦାୟ ନେଇଛନ୍ତି।

ସମ୍ବନ୍ଧିତ ଖବର