ଫ୍ରେଞ୍ଚ୍‌ ଓପନ୍‌: ସାଇନା ସିନ୍ଧୁ ବିଦା, ସେମିରେ ସାତ୍ବିକ-ଚିରାଗ

ପ୍ୟାରିସ୍‌: ଭାରତୀୟ ତାରକା ସାଇନା ନେହ୍ବାଲ, ପିଭି ସିନ୍ଧୁ ଚଳିତ ଫ୍ରେଞ୍ଚ୍‌ ଓପନ୍‌ ବ୍ୟାଡ୍‌ମିଣ୍ଟନ ପ୍ରତିଯୋଗିତାରୁ ବିଦାୟ ନେଇଛନ୍ତି। ଶୁକ୍ରବାର ମହିଳା ଏକକ କ୍ବାର୍ଟର ଫାଇନାଲ୍‌ରେ ସାଇନା ୨୦-୨୨ ଓ ୨୧-୨୩ରେ କୋରିଆର ଆନ୍‌ ସି ୟଙ୍ଗ୍‌ଙ୍କଠୁ ଏବଂ ସିନ୍ଧୁ ୧୬-୨୧, ୨୬-୨୪, ୧୭-୨୧ରେ ଶୀର୍ଷ ମାନ୍ୟତାପ୍ରାପ୍ତ ଚାଇନିଜ୍‌ ତାଇପେର ତାଇ ତିଜୁ ୟିଙ୍ଗ୍‌ଙ୍କଠୁ ହାରି ଯାଇଥିଲେ। ତେବେ ଭାରତୀୟ ପୁରୁଷ ଯୁଗଳ‌ ଯୋଡ଼ି ସାତ୍ବିକସାଇରାଜ ରାଙ୍କିରେଡ୍ଡୀ ଓ ଚିରାଗ ସେଟ୍ଟୀ ସେମିଫାଇନାଲ୍‌ ସ୍ଥାନ ପକ୍କା କରିଥିଲେ। କ୍ବାର୍ଟର ଫାଇନାଲ୍‌ରେ ସାତ୍ବିକ-ଚିରାଗ ୨୧-୧୩, ୨୨-୨୦ରେ ଇଣ୍ଡୋନେସିଆର କିମ୍‌ ଅସ୍ତ୍ରୁପ ଓ ଆନ୍ଦ୍ରେସ ସ୍କାରୁପ ରାସମୁସେନଙ୍କୁ ପରାସ୍ତ କରିଥିଲେ।

ସମ୍ବନ୍ଧିତ ଖବର