ଭୁବନେଶ୍ବର: ସପ୍ତମ ରାଜ୍ୟସ୍ତରୀୟ ମଦନପୁର କପ୍ ଫୁଟ୍ବଲ୍ ପ୍ରତିଯୋଗିତାର ଫାଇନାଲରେ ଜଟଣୀ ଫ୍ରେଣ୍ଡ୍ସ ପାରାଡାଇଜ୍ କ୍ଲବ୍ ପ୍ରବେଶ କରିଛି। ଗୁରୁବାର ସେମିଫାଇନାଲ୍ରେ ଜଟଣୀ ଦଳ ୧-୦ ଗୋଲ୍ରେ ଭୁବନେଶ୍ବରର ୟାଜଦାନି କ୍ଲବ୍-୭୩କୁ ପରାସ୍ତ କରିଥିଲା। ବିଜୟ ସୂଚକ ଗୋଲ୍ଟି ଗଗନ ସାହୁ (୨୮ ମିନିଟ୍) ଦେଇଥିଲେ। ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ଶିଶିର ନାୟକଙ୍କୁ ମିଳିଥିଲା। ସୁଜିତ ପାତ୍ର, ସୁଶାନ୍ତ ମିଶ୍ର, ରମେଶ ଚନ୍ଦ୍ର ପାଇକରାୟ ଖେଳ ପରିଚାଳନା କରିଥିଲେ। ଶୁକ୍ରବାର ଦ୍ବିତୀୟ ସେମିଫାଇନାଲ ଭୁବନେଶ୍ବରର କିଶୋର କ୍ଲବ୍ ଏବଂ କଟକର ଓଡ଼ିଶା ପୁଲିସ ମଧ୍ୟରେ ଅନୁଷ୍ଠିତ ହେବ।
ମଦନପୁର କପ୍ ଫାଇନାଲ୍ରେ ଫ୍ରେଣ୍ଡ୍ସ ପାରାଡାଇଜ୍
/sambad/media/post_attachments/wp-content/uploads/2018/12/cricket-former-sa-bowler-tsotsobe-handed-eight-year-ban-for-match-fixing-696x434-4.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)