‘ଫ୍ରିଜିଆନ୍‌ କ୍ୟାପ୍‌’ ପ୍ୟାରିସ୍ ୨୦୨୪ ଅଲିମ୍ପିକ୍ସ ମାସ୍କଟ

ପ୍ୟାରିସ: ‘ଫ୍ରିଜିଆନ୍‌ କ୍ୟାପ୍‌’ ପ୍ୟାରିସ ୨୦୨୪ ଅଲିମ୍ପିକ୍‌ ଓ ପାରାଲିମ୍ପିକ୍‌ କ୍ରୀଡ଼ାର ମାସ୍କଟ ହେବ। ଆୟୋଜକ ଫ୍ରାନ୍ସର ବୈପ୍ଲବିକ ଭାବନାକୁ ଉତ୍ସବ ପାଳନ ଉଦେଶ୍ୟ ନେଇ ଏହାକୁ ମାସ୍କଟ ଭାବେ ଚୟନ କରିଛି। ପୂର୍ବରୁ ମାସ୍କଟ ଭାବେ ପ୍ରାଣିଙ୍କୁ ଅଗ୍ରାଧିକାର ଦିଆଯାଉଥିଲା। ଗତ ୨୦୨୨ ବେଜିଂ ଶୀତକାଳିନ ଅଲିମ୍ପିକ୍‌ରେ ‘ବିଙ୍ଗ ଡ୍ବେନ୍‌ ଡ୍ବେନ୍‌’ ପାଣ୍ଡା ମାସ୍କଟ ରହିଥିଲା। ହେ‌ଲେ ଆଗାମୀ ଅଲିମ୍ପିକ୍ସକୁ ପଶୁକୁ ପଛରେ ପକାଇ ଫ୍ରିଜିଆନ୍‌ ଟୋପି ପ୍ରଥମ ପସନ୍ଦ ହୋଇଛି। ‘ଫ୍ରିଜିସ୍‌ ଉଦେଶ୍ୟ ହେଲା, କ୍ରୀଡ଼ା ସବୁକିଛି ବଦଳାଇପାରିବ ଏବଂ ଏହା ଆମ ସମାଜର ପ୍ରମୁଖ ଅଙ୍ଗ ଲାଗି ହକ୍‌ଦାର।

ଏହି ମାସ୍କଟ ନିଶ୍ଚିତ ଫ୍ରାନ୍ସର ଉତ୍ସାହକୁ ପରିପ୍ରକାଶ କରିବ। ଏହା ଏକ ଆଦର୍ଶ ଏବଂ ଆମ ଦେଶର ମୂଲ୍ୟବୋଧର ବାହକ ହେବା ସହ ଇତିହାସକୁ ଉଜ୍ଜୀବିତ ରଖିବ’ ବୋଲି ପ୍ୟାରିସ ୨୦୨୪ ବ୍ରାଣ୍ଡ୍‌ ନିର୍ଦେଶକ ଜୁଲି ମାତିଖିନେ ସୋମବାର କହିଛନ୍ତି।

ସମ୍ବନ୍ଧିତ ଖବର