କଟକରେ ଦକ୍ଷିଣ ଏସିଆ ଯୋଗ୍ୟତାପର୍ଯ୍ୟାୟ ବାସ୍କେଟବଲ୍‌ ୨ରୁ

କଟକ: ଓଡ଼ିଶା ବାସ୍କେଟବଲ ସ˚ଘ ଓ ରାଜ୍ୟ କ୍ରୀଡ଼ା ବିଭାଗ ମିଳିତ ଆନୁକୂଲ୍ୟରେ ଆସନ୍ତା ୨ ତାରିଖଠୁ ଜବାହରଲାଲ ନେହରୁ ଇନ୍‌ଡୋର ଷ୍ଟାଡିୟମରେ ୧୮ ବର୍ଷରୁ କମ୍‌ ଦକ୍ଷିଣ ଏସିଆ ବାସ୍କେଟବଲ (ଯୋଗ୍ୟତା ପର୍ଯ୍ୟାୟ) ପ୍ରତିଯୋଗିତା ଆୟୋଜିତ ହେବ। ଏହି ପ୍ରତିଯୋଗିତା ୪ ତାରିଖ ପର୍ଯ୍ୟନ୍ତ ଚାଲିବ। ପ୍ରତିଯୋଗିତାରେ ଭାରତ ସହିତ ବା˚ଲାଦେଶ ଓ ମାଳଦ୍ବୀପ ଅ˚ଶଗ୍ରହଣ କରୁଛନ୍ତି। ୨ ତାରିଖରେ ବା˚ଲାଦେଶ ଓ ମାଳଦ୍ବୀପ, ୩ ତାରିଖରେ ମାଳଦ୍ବୀପ ଓ ଭାରତ ଏବ˚ ୪ ତାରିଖରେ ଭାରତ ଓ ବା˚ଲାଦେଶ ମଧ୍ୟରେ ମ୍ୟାଚ୍‌ ଖେଳାଯିବ। ସମସ୍ତ ମ୍ୟାଚ୍‌ ସନ୍ଧ୍ୟା ୬ଟାରୁ ଆରମ୍ଭ ହେବ। ଏହି ଯୋଗ୍ୟତା ପର୍ଯ୍ୟାୟ ପାଇଁ ମଙ୍ଗଳବାର ଭାରତୀୟ ଖେଳାଳିଙ୍କ ନାମ ଘୋଷଣା କରାଯାଇଛି। ଅଭିମନ୍ୟୁ ଗୋବିନ୍ଦରାଜନ, ଲାଭିସ୍‌, ହର୍ଷ ଡଗର, ଜୟଦୀପ ରାଥୋର, କୁଶାଲ ସି˚ହ, ଜନ୍ମେଜୟ ସି˚ହ, ସାହିବଜିତ ସି˚ହ ଭୁଲାର, ଅଭି ଯୋଶୀ, ଶ୍ରେୟା˚ଶ ରାଜ ସି˚ହ, ଜିତେନ୍ଦ୍ର କୁମାର ଶର୍ମା, ଉଦିତ ରବିଶ, ଲୋକେନ୍ଦ୍ର ସି˚ହ ଭାରତୀୟ ଦଳରେ ସ୍ଥାନ ପାଇଛନ୍ତି। ଦଳ ସହିତ ଭେସେଲିନ୍‌ ମାଟିକ ମୁଖ୍ୟ ପ୍ରଶିକ୍ଷକ, ମୋହିତ ଭଣ୍ତାରୀ ପ୍ରଶିକ୍ଷକ, ଶିବ ଶାନମୁଗା ସି˚ହ ଫିଜିଓ ଓ ସୁଶୀଲ କୁମାର ପ୍ରବନ୍ଧକ ଭାବେ ରହିବେ। ପ୍ରତିଯୋଗିତାରେ ଓଡ଼ିଶାରୁ ରାଜନାରାୟଣ ପାତ୍ର, ଶିଶିର ପଟ୍ଟନାୟକ, ସ˚ଗ୍ରାମ ନାୟକ, ମହମ୍ମଦ ସାହିଦ ମ୍ୟାଚ୍‌ ପରିଚାଳନା କରିବେ ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର