କଟକ,୨୪|୧୦(ଇମିସ): ରାଉରକେଲା ଫୁଟବଲ ଟେନିସ୍ ସଂଘ ପକ୍ଷରୁ ଷ୍ଟେଟ୍ ଗ୍ରେଡ୍-ଏ’ ଫୁଟବଲ୍ ଟେନିସ୍ ରେଫରି (ଥିଓରି) ପରୀକ୍ଷା ରାଉରକେଲା ବାସନ୍ତୀକଲୋନି ଡିଏଭି ସ୍କୁଲ ପରିସରରେ ଆସନ୍ତା ୨୫ ତାରିଖ ଦିନ ଅପରାହ୍ଣ ୩ଟାରୁ ୫ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଆଗ୍ରହୀ କ୍ରୀଡ଼ାବିତ ୨୫ ତାରିଖ ପର୍ଯ୍ୟନ୍ତ ନିଜର ନାମ ପଞ୍ଜିକରଣ କରିପାରିବେ। ନାମ ପଞ୍ଜିକରଣ କରିବା ପାଇଁ ପ୍ରାର୍ଥୀଙ୍କ ଯୋଗ୍ୟତା ଯୁକ୍ତ ଦୁଇ ଉତ୍ତୀର୍ଣ୍ଣ, ବୟସ ୨୦ରୁ ୫୦ ବର୍ଷ, ଖେଳ ଦକ୍ଷତା ସହିତ ଇଂରାଜୀ ଭାଷା ଲେଖି, ପଢ଼ି, ବୁଝି ପାରୁଥିବା ଆବଶ୍ୟକ। ପରୀକ୍ଷାର୍ଥୀମାନେ ଯୋଗ୍ୟତା ସଂପର୍କିତ ସମସ୍ତ କାଗଜପତ୍ର ସାଙ୍ଗରେ ଆଣିବା ଆବଶ୍ୟକ ବୋଲି ପରୀକ୍ଷା ସୁପରିଟେଣ୍ଡେଣ୍ଟ ଲୋକନାଥ ପ୍ରଧାନ, ଓଏସ୍ଏଫ୍ଟି ଉପସଭାପତି ସୁଶାନ୍ତ ବେହେରା ପ୍ରମୁଖ ଜଣାଇଛନ୍ତି।
ନଭେମ୍ବର ୧୦ରୁ ରାଜ୍ୟସ୍ତରୀୟ ସଂଜୀତ ସ୍ମାରକୀ କ୍ରିକେଟ
/sambad/media/post_attachments/wp-content/uploads/2017/10/sai.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)