‘ଭାରତୀୟଙ୍କ ଅଧୁରା ସ୍ବପ୍ନ ସାକାର ହେବ’

ଭାରତୀୟ ମହିଳା ଫୁଟ୍‌ବଲ୍ ଦଳ ବିଶ୍ବକପ୍‌ ଯୋଗ୍ୟତା ଲାଗି ସଂଘର୍ଷ କରୁଥିବାରୁ ନିଜ ଖେଳ ଜୀବନରେ ବି ଓଡ଼ିଆ ଝିଅ ପୂର୍ବତନ ଭାରତୀୟ ଅଧିନାୟିକା ଶ୍ରଦ୍ଧାଞ୍ଜଳି ସାମନ୍ତରାୟ ଏଥିରୁ ବଞ୍ଚିତ ରହିଥିଲେ। ଏବେ ନିଜ ସହରରେ ୧୭ ବର୍ଷରୁ କମ୍ ବିଶ୍ବକପ୍‌ ଆୟୋଜନକୁ ନେଇ ଶ୍ରଦ୍ଧାଞ୍ଜଳି ବିଶେଷ ଖୁସି ହୋଇଛନ୍ତି। ‘ମୁଁ ଖେଳି ପାରିନଥିଲି, କେବଳ ଟିଭିରେ ଦେଖୁଥିଲି। ଏବେ ମୋ ଦୈନଦିନ ଅଭ୍ୟାସ ପଡିଆରେ ବିଶ୍ବକପ୍‌ ଖେଳାଯିବା ଖବର ମୋତେ ଅଧିକ ଖୁସି ଦେଇଛି ବୋଲି କହିଥିଲେ ଶ୍ରଦ୍ଧାଞ୍ଜଳି। ଏଭଳି ଆୟୋଜନକୁ ଆଗ୍ରହର ସହ ଗ୍ରହଣ କରିଥିବାରୁ ଶ୍ରଦ୍ଧାଞ୍ଜଳି ମଧ୍ୟ ଓଡ଼ିଶା ସରକାର, ସର୍ବଭାରତୀୟ ଫୁଟବଲ୍ ସଂଘକୁ ଧନ୍ୟବାଦ ଜଣାଇଛନ୍ତି। ଏହା ଦ୍ବାରା ଆମ ପଡ଼ିଆର ବିକାଶ ହେବ, ଫୁଟ୍‌ବଲ୍ ଭିତ୍ତିଭୂମି ବଢ଼ିଯିବ, ନୂଆ ପିଢ଼ିର ଖେଳାଳି ଉତ୍ସାହିତ ହେବେ ଏବଂ ଅଧିକରୁ ଅଧିକ ଖେଳାଳି ଫୁଟବଲ୍‌କୁ ଆସିପାରିବେ। ଭାରତୀୟ ଖେଳାଳିଙ୍କ ବିଶ୍ବକପ୍‌ ଖେଳିବାର ସ୍ବପ୍ନ ବି ପୂର୍ଣ୍ଣ ହୋଇଯିବ। ଭାରତରେ ଅନୁଷ୍ଠିତ ୧୭ ବର୍ଷରୁ କମ୍ ବାଳକ ବିଶ୍ବକପ୍‌ ଭଳି ଆମ ଝିଅମାନେ ମଧ୍ୟ ବରିଷ୍ଠ ବର୍ଗରେ ଭଲ ପ୍ରଦର୍ଶନ ଦେଇପାରିବେ ବୋଲି କହିଥିଲେ ଶ୍ରଦ୍ଧାଞ୍ଜଳି।

ସମ୍ବନ୍ଧିତ ଖବର