ଲସ୍ ଭେଗାସ: ବ୍ରିଟିସ୍ ପେସାଗତ ମୁଷ୍ଟିଯୁଦ୍ଧ ତାରକା ଟାଇସନ ଫ୍ୟୁରି ଡବ୍ଲୁବିସି ହେଭିୱେଟ୍ ମୁକୁଟ ବଜାୟ ରଖିଛନ୍ତି। ଶନିବାର ସ୍ଥାନୀୟ ଟି-ମୋବାଇଲ ଏରିନାରେ ଆୟୋଜିତ ଲଢ଼େଇରେ ଫ୍ୟୁରି ଆମେରିକାର ଡିଓନଟେ ୱିଲଡରଙ୍କୁ ନକ୍ଆଉଟ୍ କରି ଏହି ମୁକୁଟ ବଜାୟ ରଖିବାକୁ ସକ୍ଷମ ହୋଇଥିଲେ। ପ୍ରଥମ ଦୁଇ ରାଉଣ୍ଡରେ ୱିଲଡର୍ ଆକ୍ରମଣରୁ ଅଭିଯାନ ଆରମ୍ଭ କରିଥିଲେ। ହେଲେ ଫ୍ୟୁରିଙ୍କ ବିପକ୍ଷରେ ପଏଣ୍ଟ୍ ଅର୍ଜନ କରିବାରେ ସେ ବିଫଳ ହୋଇଥିଲେ। ତେବେ ତୃତୀୟ ରାଉଣ୍ଡ ଫ୍ୟୁରିଙ୍କ ସପକ୍ଷରେ ଯାଇଥିଲା। ଫ୍ୟୁରିଙ୍କ ପଞ୍ଚ୍ରେ ୱିଲଡର୍ ଧରାଶାୟୀ ହୋଇଯାଇଥିଲେ। ପୂର୍ବ ପରି ୱିଲଡର୍ ଚତୁର୍ଥ ରାଉଣ୍ଡରେ ବି ଆକ୍ରମଣ ଜାରି ରଖିଥିଲେ। କିନ୍ତୁ ଫ୍ୟୁରି ଏହାକୁ ଅଟକାଇବାରେ ସଫଳ ହୋଇଥିଲେ। ଅକ୍ରମଣାତ୍ମକ ଖେଳ ଜାରି ରଖିଥିବା ୱିଲଡର୍ ପରବର୍ତ୍ତୀ ୪ ରାଉଣ୍ଡରେ ଶିଥିଳ ପଡ଼ିଯାଇଥିଲେ। ନବମ ରାଉଣ୍ଡରେ ପୁଣି ୱିଲଡର୍ ଆକ୍ରମଣାତ୍ମକ ପନ୍ଥା ଆପଣେଇ ଥିଲେ। ହେଲେ ପୁଣି ପଏଣ୍ଟ ଅର୍ଜନ କରିବାରେ ବିଫଳ ହୋଇଥିଲେ। ଦଶମ ରାଉଣ୍ଡରେ ଫ୍ୟୁରିଙ୍କ ପଞ୍ଚ୍ରେ ୱିଲଡର୍ ପଛରେ ପଡ଼ିଯାଇଥିଲେ। ଏକାଦଶ ରାଉଣ୍ଡରେ ଫ୍ୟୁରିଙ୍କୁ ଅଟକାଇବାକୁ ଆଉ ୱିଲଡର୍ ସକ୍ଷମ ହୋଇନଥିଲେ। ଶେଷରେ ଫ୍ୟୁରି ଷ୍ଟାଡିୟମରେ ଉପସ୍ଥିତ ଥିବା ୧୫୮୨୦ ପ୍ରଶଂସକ ସମ୍ମୁଖରେ ନିଜ ବିଜୟ ବାନା ଉଡ଼ାଇଥିଲେ।
ଡବ୍ଲୁବିସି ହେଭିୱେଟ୍ ମୁକୁଟ ବଜାୟ ରଖିଲେ ଫ୍ୟୁରି
/sambad/media/post_attachments/wp-content/uploads/2021/10/4gd654dgh64d98h4d65hd32h132gd.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)