ଭୁବନେଶ୍ୱର : ସମ୍ପ୍ରତି ଭିଭୋ ପ୍ରୋ କବାଡ଼ି ଲିଗ୍ର ଆୟୋଜନ କରିଥିବା ମାଶାଲ୍ ସ୍ପୋର୍ଟସ୍ ପ୍ରା.ଲିଃ. ଏବଂ ଏକେଏଫ୍ଆଇ ପକ୍ଷରୁ ମିଳିତ ଭାବେ ଭିଭୋ ପ୍ରୋ କବାଡ଼ି ଷଷ୍ଠ ସଂସ୍କରଣ ପାଇଁ ଫ୍ୟୁଚର କବାଡ଼ି ହିରୋ (ଏଫ୍କେଏଚ୍) କାର୍ଯ୍ୟକ୍ରମ ଆରମ୍ଭ ସମ୍ପର୍କରେ ଘୋଷଣା କରିଛନ୍ତି। ଏହାର ପ୍ରଥମ କାର୍ଯ୍ୟକ୍ରମ ଦେଶର ୧୮ ସହରରେ ଅନୁଷ୍ଠିତ ହେବ। ସୋମବାର ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ ମୁମ୍ବାଇରେ ହୋଇଛି। ଏହା ପରେ ଚେନ୍ନାଇ, କୋଏମ୍ବାଟୁର, ନାଗପୁର, ଥ୍ରିସୁର୍, ଚଣ୍ଡିଗଡ଼, ବେଙ୍ଗାଲୁର୍, ନୂଆଦିଲ୍ଲୀ, ଲକ୍ଷ୍ନୌ, ବିଶାଖାପଟ୍ଟନମ୍, ପାଟନା, ହାଇଦ୍ରାବାଦ୍, କୋଲ୍କତା, ଇନ୍ଦୋର, ଇମ୍ପାଲ, ଜୟପୁର, ଭୁବନେଶ୍ୱର, ଅହମ୍ମଦାବାଦ ସହରରେ ଅନୁଷ୍ଠିତ ହେବ। ପ୍ରତି ସହରରେ ୨ରୁ ୩ ଦିନ ଧରି ସ୍ଥାନୀୟ ପ୍ରତିଯୋଗିତା ମାଧ୍ୟମରେ ପ୍ରତିଭା ଚୟନ କରାଯିବ। ୨୦୧୭ରେ ଭିଭୋ ପ୍ରୋ କବାଡ଼ି ଲିଗ୍ରେ ପଞ୍ଚମ ସଂସ୍କରଣ ପାଇଁ ୧୧୩ ଖେଳାଳିଙ୍କୁ ଚୟନ କରାଯାଇଥିଲା। ଏଥିରେ ୪୬୦୦ ଖେଳାଳି ଅଂଶଗ୍ରହଣ କରିଥିଲେ।
ଏହି ଅବସରରେ ଭିଭୋ ପ୍ରୋ କବାଡ଼ି ଲିଗ୍ର ଲିଗ୍ କମିଶନର ଅନୁପମ୍ ଗୋସ୍ୱାମୀ କହିଛନ୍ତି, ‘ଫ୍ୟୁଚର କବାଡ଼ି ହିରୋ’ କାର୍ଯ୍ୟକ୍ରମ ପ୍ରତିଭା ଚିହ୍ନଟ କରିବା ପାଇଁ ଏକ ଉତ୍ତମ ମାଧ୍ୟମ ହେବ। ୨୦୧୭ରେ ଏହା ଆମ ପାଇଁ ଉପଯୋଗୀ ସାବ୍ୟସ୍ତ ହୋଇଥିଲା। ଏକେଏଫ୍ଆଇ ଏବଂ କବାଡ଼ି ରାଜ୍ୟ ମହାସଂଘର ମିଳିତ ସହଯୋଗରେ ଏହା ଭଲ ଭାବେ ସମ୍ପାଦିତ ହୋଇପାରିବ। ଚଳିତ ଥର ଇମ୍ଫାଲ୍, ତ୍ରିସୁର, ଭୁବନେଶ୍ୱର, ଅହମ୍ମଦାବାଦ୍, ପାଟନା ଆଦି ସହରକୁ ନୂଆ କରି ସାମିଲ୍ କରାଯାଇଛି। ଆନ୍ତର୍ଜାତୀୟ କବାଡ଼ି ଫେଡେରେସନ୍ ସଭାପତି ଜନାର୍ଦ୍ଦନ ସିଂ ଗେହଲଟ୍ କହିଛନ୍ତି, ଭାରତରେ କବାଡ଼ି ତୃଣମୂଳସ୍ତରରେ ଖେଳା ଯାଉଥିବା ଏକ ଖେଳ। ଏହି ଖେଳରେ ଯୁବ ପ୍ରତିଭାଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏକେଏଫ୍ଆଇ ଏବଂ ମାର୍ସାଲ୍ ସ୍ପୋର୍ଟସ ଏକ ଅନନ୍ୟ ପ୍ରୟାସ ଆରମ୍ଭ କରିଛନ୍ତି। ଏହା ବେଶ୍ ସଫଳ ରହିବ ବୋଲି ଆମର ଆଶା ଓ ବିଶ୍ୱାସ। ପୂର୍ବତନ କବାଡ଼ି ଅଧିନାୟକ ଅନୁ କୁମାର କହିଛନ୍ତି, ‘ଫ୍ୟୁଚର କବାଡ଼ି ହିରୋ’ କାର୍ଯ୍ୟକ୍ରମର ଉଜ୍ୱଳ ଭବିଷ୍ୟତ ମୁଁ ଦେଖିପାରୁଛି।
‘ଫ୍ୟୁଚର କବାଡି ହିରୋ’ କାର୍ଯ୍ୟକ୍ରମରେ ଭୁବନେଶ୍ୱର
/sambad/media/post_attachments/wp-content/uploads/2018/02/Anup-Kumar-Umumba.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)