ଭୁବନେଶ୍ବର: ଗାଡ଼କଣସ୍ଥିତ ଗଡ଼େଶ୍ବର କ୍ରୀଡ଼ା ସଂଘ ଓ ଗ୍ରିନ୍ସ କ୍ରିକେଟ୍ ଏକାଡେମିର ମିଳିତ ଆନୁକୂଲ୍ୟରେ ଆୟୋଜିତ ଗଡେଶ୍ବର କନିଷ୍ଠ (୧୫ ବର୍ଷରୁ କମ୍) କ୍ରିକେଟ୍ ଲିଗ୍ର ଦ୍ବିତୀୟ ଦିବସରେ ଗ୍ରିନ୍ସ କ୍ରିକେଟ୍ ଏକାଡେମି ଓ ବିବିସିଏ ବିଜୟୀ ହୋଇଛନ୍ତି। ଗ୍ରିନ୍ସ ଦଳ ୨୩ ରନ୍ରେ ପ୍ରଗତି ସ୍ପୋର୍ଟିଂ ଏବଂ ବିବିସିଏ ୯ ୱିକେଟ୍ରେ ଟାଉନ୍ କ୍ଲବ୍କୁ ପରାସ୍ତ କରିଥିଲା। ଶୁକ୍ରବାରର ପ୍ରଥମ ମ୍ୟାଚ୍ରେ ଗ୍ରିନ୍ସ ଦଳ ନିର୍ଧାରିତ ୨୫ ଓଭରରେ ୭ ୱିକେଟ୍ ବିନିମୟରେ ୧୩୯ ରନ୍ କରିଥିଲା। ମୃତ୍ୟୁଞ୍ଜୟ ମହାପାତ୍ର ୩୯, ସୂର୍ଯ୍ୟକାନ୍ତ ଭୂତିଆ ୩୮ ଏବଂ ଏସ୍ ହିମାଂଶୁ ୨୮ ରନ୍ କରିଥିଲେ। ଆୟୁଷ ସୂତାର ୩, ଶୁଭମ ନାୟକ ୨ ୱିକେଟ୍ ନେଇଥିଲେ। ଜବାବରେ ପ୍ରଗତି ଦଳ ୫ ୱିକେଟ୍ ହରାଇ ୧୧୬ ରନ୍ କରି ପାରିଥିଲା। ତାରିଣୀ ପ୍ରସାଦ ନାୟକ ୨ ୱିକେଟ୍ ଅକ୍ତିଆର କରିଥିଲେ। ମୃତ୍ୟୁଞ୍ଜୟଙ୍କୁ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ମିଳିଥିଲା। ଦ୍ବିତୀୟ ମ୍ୟାଚ୍ରେ ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଟାଉନ୍ କ୍ଲବ୍ ୬ ୱିକେଟ୍ ହରାଇ ୧୪୨ ରନ୍ କରିଥିଲା। ଶିଶିର ପଟ୍ଟନାୟକ ଏବଂ ସ୍ବରାଜ ରାଉତ ୨ ଲେଖାଏଁ ୱିକେଟ୍ ନେଇଥିଲେ। ଜବାବରେ ବିବିସିଏ ୨୨.୫ ଓଭରରେ ଗୋଟିଏ ୱିକେଟ୍ ହରାଇ ମ୍ୟାଚ୍ ଜତି ନେଇଥିଲା। ଅର୍ଧଶତକ ହାସଲ କରିଥିବା ବିଜୟୀ ଦଳର ଅଧିନାୟକ ଜଗଜିତ୍ ଦାସ (୭୨ ରନ୍, ୪୬ ବଲ୍) ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ହୋଇଥିଲେ। ସାରାଂଶ ରାଉତ ୪୧ (୨୭ ବଲ୍) ଏବଂ ବିଶ୍ବଜିତ ପ୍ରଧାନ ୨୩ ରନ୍ର ଯୋଗଦାନ କରିଥିଲେ। ଟାଉନ୍ କ୍ଲବ୍ ପକ୍ଷରୁ ପକ୍ଷରୁ ଏକମାତ୍ର ୱିକେଟ୍ଟି ସ୍ବୟମ ପଣ୍ଡା ନେଇଥିଲେ। ଶନିବାର ସହିଦ ସ୍ପୋର୍ଟିଂ ଓ ପାରାମାଉଣ୍ଟ୍ ଏବଂ ଓସ୍କାର ଓ ପ୍ରଗତି ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ।
ଗଡ଼େଶ୍ବର କନିଷ୍ଠ କ୍ରିକେଟ୍ ଲିଗ୍: ଗ୍ରିନ୍ସ, ବିବିସିଏ ବିଜୟୀ
/sambad/media/post_attachments/wp-content/uploads/2018/12/cricket-former-sa-bowler-tsotsobe-handed-eight-year-ban-for-match-fixing-696x434-6.jpg)
Advertisment

Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)