ଗଗଲ୍‌‌ ସ୍ପୋର୍ଟ୍ସ ଟ୍ରଷ୍ଟ୍‌ ପ୍ରତିଷ୍ଠା ଦିବସ ପାଳିତ

ଭୁବନେଶ୍ବର,: ମଞ୍ଚେଶ୍ବରସ୍ଥିତ ଗଗଲ୍‌ ସ୍ପୋର୍ଟ୍ସ ଟ୍ରଷ୍ଟ୍‌ର ପ୍ରତିଷ୍ଠା ଦିବସ ମଙ୍ଗଳବାର ପାଳିତ ହୋଇଯାଇଛି। ଏହି ସଂସ୍ଥା ‌ଛୋଟଛୋଟ ପିଲାଙ୍କ ମଧ୍ୟରେ ଥିବା ଅନ୍ତର୍ନିହିତ ଗୁଣକୁ ସଂଧାନ କରି ସେମାନଙ୍କୁ କ୍ରୀଡ଼ା ଉପରେ ପ୍ରଶିକ୍ଷଣ ଦେଉଛି। ୨୦୧୧ ମସିହାରେ ଜନ୍ମ ‌ନେଇଥିବା ଗଗଲ୍‌ ବିଶେଷ କରି ରଗ୍‌ବି ଉପରେ କାର୍ଯ୍ୟକରୁଛି। ଏହାର ଖେଳାଳିମାନେ ବିଭିନ୍ନ ଜାତୀୟ ଓ ଅନ୍ତର୍ଜାତୀୟସ୍ତରୀୟ ପ୍ରତିଯୋଗିତା ‌ଖେଳି ବହୁ ସୁନାମ ଆଣିଛନ୍ତି। ପ୍ରତିଷ୍ଠା ଦିବସ ଅବସରରେ ଜାପାନ୍‌ ଇଣ୍ଟରନାସ୍‌ନାଲ୍‌ କୋଅପରେସନ୍‌ ଏଜେନ୍ସି (ଜାଇକା) ଏବଂ ଭାରତୀୟ ରଗ୍‌ବିର ପ୍ରତିନିଧିମାନେ ଯୋଗଦେଇଥିଲେ। ଜାଇକାର ଦୋସିହା ବିଶ୍ବବିଦ୍ୟାଳୟର ପ୍ରଫେସର ଏବଂ ରଗ୍‌ବି ଫୁଟ୍‌ବଲ୍‌ କ୍ଲବ୍‌ର ପୂବର୍ତନ ଛାତ୍ର କେଇଜି କାୱାଲଙ୍କ ସହ ସୁସୁମୁ କାସୁମାତା, ଆକିୟୋ ୟାମାଉଚି, ୟୁମାଚି ତୋରୁ ଇକେଡା ମୁତସୁକୋ ଏହି ଅବସରରେ ଅତିଥି ଭାବେ ଯୋଗ ଦେଇଥିଲେ। ଏମାନଙ୍କ ସହ ଭାରତୀୟ ରଗ୍‌ବି ଫୁଟ୍‌ବଲ୍‌ ଦଳର ନାସିର ହୁସେନ, ଓଡ଼ିଶା ରଗ୍‌ବି ପକ୍ଷରୁ ଧୀରେନ୍‌, ଗଗଲ୍‌ର ଅଧ୍ୟକ୍ଷ ଜଗଦୀଶ ପ୍ରସାଦ ମିଶ୍ର ଏବଂ ମାନେଜିଂ ଟ୍ରଷ୍ଟି ସୁରେନ୍ଦ୍ର ଜେନା ପ୍ରମୁଖ ଉପସ୍ଥିତ ଥିଲେ।
ଜାପାନ୍‌ର ଜାଇକା କାର୍ଯ୍ୟକ୍ରମରେ ଆମେ କାମ କରୁଛୁ। ଏହି କାର୍ଯ୍ୟକ୍ରମ ଆଧାରରେ ଆମେ ରଗ୍‌ବିର ଉନ୍ନତି ଓ ପ୍ରଚାର ପ୍ରସାର ସହଯୋଗ କରି ଆସୁଛି। ବିଶେଷ କରି ରଗ୍‌ବିରେ ‌ପ୍ରଶିକ୍ଷକ ଦେବା ଉପରେ ଆମ‌େ ଗୁରୁତ୍ବ ଦେଉଛୁ। ଏବେ ଭାରତୀୟ ରଗ୍‌ବି ସଂଘ ସହ ମିଶି ଏହାକୁ ଆଗକୁ ବଢ଼ାଇବା ଲାଗି କାର୍ଯ୍ୟକ୍ରମ ଚାଲିଛି। ସାରା ଭାରତରେ ଆମେ ରଗ୍‌ବି ଖେଳୁଥିବା ସଂସ୍ଥା ବୁଲି ସେମାନଙ୍କ ଭିତ୍ତିଭୂମି ଦେଖିବା ସହ ଆବଶ୍ୟକ ଅନୁସାରେ ମାଗଣାରେ ପ୍ରଶିକ୍ଷକ ଯୋଗ‌ାଇବୁ। ଆମ‌େ ମଧ୍ୟ ଓଡ଼ିଶାରେ ଗଗଲ୍‌ ସହ କିଟ୍‌ ଓ ଉତ୍କଳ ବିଶ୍ବବିଦ୍ୟାଳୟ ବୁଲି ଦେଖିସାରିଛୁ ବୋଲି କହିଛନ୍ତି ଦୋସିହା ବିଶ୍ବବିଦ୍ୟାଳୟର ପ୍ରଫେସର କେଇଜି କାୱାଲ।

ସମ୍ବନ୍ଧିତ ଖବର