ଗ‌ଗନେନ୍ଦୁ ଜାତୀୟ ଯୁବ ଭଲିବଲ୍‌ ବିଚାରକ

ଭୁବନେଶ୍ବର: କିଟ୍‌ କ୍ରୀଡ଼ା ନିର୍ଦେଶକ ତଥା ଓଡ଼ିଶା ଭଲିବଲ୍‌ ସଂଘର ସମ୍ପାଦକ ଡକ୍ଟର୍‌ ଗଗନେନ୍ଦୁ ଦାଶଙ୍କୁ ଜାତୀୟ ଯୁବ ଭଲିବଲ୍‌ ପ୍ରତିଯୋଗିତାରେ ବିଚାରକ ଭାବେ କାର୍ଯ୍ୟ କରିବେ। ତାଙ୍କୁ ସୋମବାର ଭାରତୀୟ ଭଲିବଲ୍‌ ମହାସଂଘ ଏହି ନିଯୁକ୍ତି ପ୍ରଦାନ କରିଛି। ଏହି ପ୍ରତିଯୋଗିତା ରାଜସ୍ଥାନର ଚିରାୱାରେ ଜୁନ୍‌ ୨ରୁ ୭ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏହି ନିଯୁକ୍ତି ଲାଗି ଗଗନେନ୍ଦୁଙ୍କୁ କିଟ୍‌ ଓ କିସ୍‌ର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଶୁଭେଚ୍ଛା ଜଣାଇଛନ୍ତି।

ସମ୍ବନ୍ଧିତ ଖବର