ଭୁବନେଶ୍ୱର: ପଶ୍ଚିମାଞ୍ଚଳ ଏବଂ ସର୍ବଭାରତୀୟ ଅନ୍ତଃଜୋନ୍ ବିଶ୍ୱବିଦ୍ୟାଳୟ ଭଲିବଲ୍ ପ୍ରତିଯୋଗିତା ଲାଗି କିଟ୍ ଏବଂ କିସ୍ର କ୍ରୀଡ଼ା ନିର୍ଦେଶକ ଡକ୍ଟର ଗଗନେନ୍ଦୁ ଦାଶଙ୍କୁ ସର୍ବଭାରତୀୟ ବିଶ୍ୱବିଦ୍ୟାଳୟ ସଂଘ ପର୍ଯ୍ୟବେକ୍ଷକ ନିଯୁକ୍ତ କରିଛି। ଉଭୟ ପ୍ରତିଯୋଗିତା ମଧ୍ୟପ୍ରଦେଶର ଜବଲପୁରସ୍ଥିତ ରାଣୀ ଦୁର୍ଗାବତି ବିଶ୍ୱବିଦ୍ୟାଳୟରେ ଜାନୁଆରି ୧୫ରୁ ୧୯ ଏବଂ ୨୧- ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଅକ୍ଟୋବରରେ କିଟ୍ରେ ଆୟୋଜିତ ପୂର୍ବାଞ୍ଚଳ ପ୍ରତିଯୋଗିତାରୁ ଉତ୍କଳ ଏବଂ କିଟ୍ ଯୋଗ୍ୟତା ଅର୍ଜନ କରିଥିବାରୁ ସର୍ବଭାରତୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ। ପୂର୍ବରୁ ଡକ୍ଟର ଦାଶ ଚାଇନିଜ୍ ତାଇପେରେ ବିଶ୍ୱବିଦ୍ୟାଳୟ କ୍ରୀଡ଼ାରେ ଭାରତୀୟ ତୀରନ୍ଦାଜୀ ଦଳ ଏବଂ ମେକ୍ସିକୋରେ ଅନୁଷ୍ଠିତ ବିଶ୍ୱବିଦ୍ୟାଳୟ ପ୍ରତିଯୋଗିତାରେ ଭାରତୀୟ ଭାରୋତ୍ତୋଳନ ଦଳର ପ୍ରବଧଂକ ଦାୟିତ୍ୱ ତୁଲାଇ ଉଚ୍ଚ ପ୍ରଶଂସିତ ହୋଇଥିଲେ।
ଗଗନେନ୍ଦୁ ପର୍ଯ୍ୟବେକ୍ଷକ ନିଯୁକ୍ତ
/sambad/media/post_attachments/wp-content/uploads/2018/01/12-Dr.Gaganendu-Dash.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)