ଆଜିଠୁ ଓଡ଼ିଶା ଜଗରନଟ୍ସର ଅଭିଯାନ: ପ୍ରଥମ ଦିନରେ ଜିତିଲେ ଜାଏଣ୍ଟସ୍‌, ଯୋଦ୍ଧାସ୍‌

ପୁଣେ: ଅଲ୍‌ଟିମେଟ୍‌ ଖୋଖୋ ଲିଗ୍‌ର ପ୍ରଥମ ସଂସ୍କରଣ ରବିବାରଠୁ ପୁଣେସ୍ଥିତ ଶ୍ରୀ ଶିବ ଛତ୍ରପତି ସ୍ପୋର୍ଟ୍ସ କମ୍ପ୍ଲେକ୍ସଠାରେ ଆରମ୍ଭ ହୋଇଛି। ଉଦ୍‌ଘାଟନୀ ଦିବସରେ ଗୁଜରାଟ ଜାଏଣ୍ଟସ୍‌ ଓ ତେଲୁଗୁ ଯୋଦ୍ଧାସ୍‌ ବିଜୟରୁ ଅଭିଯାନ ଆରମ୍ଭ କରିଛନ୍ତି। ପ୍ରଥମ ମ୍ୟାଚ୍‌ରେ ଗୁଜରାଟ ଜାଏଣ୍ଟସ୍‌ ୨୫ (୬୯-୪୪) ପଏଣ୍ଟ୍‌ ବ୍ୟବଧାନରେ ମୁମ୍ବାଇ ଖିଲାଡିସ୍‌କୁ ପରାସ୍ତ କରିଥିଲା। ଦ୍ବିତୀୟ ମ୍ୟାଚ୍‌ରେ ତେଲୁଗୁ ଯୋଦ୍ଧାସ ୧୦ (୪୮-୩୮) ପଏଣ୍ଟ୍‌ ବ୍ୟବଧାନରେ ଚେନ୍ନାଇ କୁଇକ୍‌ ଗନ୍ସକୁ ହରାଇଥିଲା। ଏହି ପ୍ରତିଯୋଗିତାରେ ୬ ଦଳ ଅଂଶଗ୍ରହଣ କରୁଛନ୍ତି। ଓଡ଼ିଶା ଭିତ୍ତିକ ଦଳ ଓଡ଼ିଶା ଜଗରନଟ୍ସ ସୋମବାର ଚେନ୍ନାଇ କୁଇକ୍‌ ଗନ୍ସ ବିପକ୍ଷରେ ଖେଳି ଅଭିଯାନ ଆରମ୍ଭ କରିବ।

ସମ୍ବନ୍ଧିତ ଖବର