ବାର୍ବାଡସ୍ : ଭାରତ ବିପକ୍ଷ ସୀମିତ ଓଭର ଶୃଙ୍ଖଳା ଲାଗି ସୋମବାର ୱେଷ୍ଟଇଣ୍ଡିଜ୍ ଦଳ ଘୋଷଣା କରିଛି। ଟେଷ୍ଟ ଦଳରେ ସ୍ଥାନ ପାଇ ନଥିବା ବିସ୍ଫୋରକ ବ୍ୟାଟ୍ସମ୍ୟାନ୍ କ୍ରିସ୍ ଗେଲ୍ ବ୍ୟକ୍ତିଗତ କାରଣ ପାଇଁ ଏହି ଶୃଙ୍ଖଳାରୁ ଓହରି ଯାଇଛନ୍ତି। ଅନ୍ୟପକ୍ଷରେ ଆଇପିଏଲ୍ ଖେଳି ଭାରତରେ ଢେର ଲୋକପ୍ରିୟତା ହାସଲ କରିଥିବା ଡ୍ବେନ୍ ବ୍ରାଭୋ ଏବଂ ସୁନୀଲ ନରିନ ଇଣ୍ଡିଜ୍ ଦଳରେ ସ୍ଥାନ ପାଇ ନାହାନ୍ତି। ତେବେ ଦୁଇ ପରିଚିତ ଅଲରାଉଣ୍ଡର କିରଣ ପୋଲାର୍ଡ ଓ ଆେନ୍ଦ୍ର ରସେଲଙ୍କ ସହ ଡାରେନ୍ ବ୍ରାଭୋ ଦଳକୁ ଫେରିଛନ୍ତି। ତିନି ଜଣ ଯୁବ ତାରକା ଯଥା ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ହେମରାଜ ଚନ୍ଦରପଲ୍, ଅଲରାଉଣ୍ଡର ଫାବିଆନ୍ ଆଲେନ ଓ ଦ୍ରୁତ ବୋଲର ଓସାନେ ଥୋମାସ ଭାରତ ଆସିବାର ସୁଯୋଗ ପାଇଛନ୍ତି। ଜାସନ ହୋଲ୍ଡର ଦିନିକିଆ ଏବଂ କ୍ରେଗ୍ ବ୍ରାଥୱେଟ୍ ଟ୍ବେଣ୍ଟି-୨୦ ଦଳର ଅଧିନାୟକ ନିଯୁକ୍ତ ହୋଇଛନ୍ତି। ଦୁଇ ଟିକିଆ ଟେଷ୍ଟ ଶୃଙ୍ଖଳା ଶେଷ ହେବା ପରେ ଇଣ୍ଡିଜ୍ ଭାରତରେ ୫ ଦିନିକିଆ ଏବଂ ୩ ଟ୍ବେଣ୍ଟି-୨୦ ଖେଳିବ। ଦିନିକିଆ ଶୃଙ୍ଖଳା ଆସନ୍ତା ୨୧ ତାରିଖ ଏବଂ ଟ୍ବେଣ୍ଟି-୨୦ ଶୃଙ୍ଖଳା ନଭେଭ୍ବର ୪ ତାରିଖରୁ ଆରମ୍ଭ ହେବ।
ୱେଷ୍ଟଇଣ୍ଡିଜ୍ ଦିନିକିଆ ଦଳ: ଜାସନ ହୋଲ୍ଡର (ଅଧିନାୟକ), ଫାବିଆନ୍ ଆଲେନ, ସୁନୀଲ ଅମ୍ବରିସ୍, ଦେବେନ୍ଦ୍ର ବିଶୁ, ହେମରାଜ ଚନ୍ଦରପଲ୍, ସିମରନ୍ ହେଟମେର, ସାଇ ହୋପ୍, ଆଲଜାରି ଯୋଶେଫ, ଏଭଲିନ୍ ଲୁଇସ୍, ଆସଲେ ନର୍ସ, କିମୋ ପଲ୍, ରଭମ୍ୟାନ୍ ପାୱେଲ୍, କେମର ରୋଚ୍, ମାର୍ଲନ ସାମୁଏଲ୍ସ, ଓସାନେ ଥୋମାସ।
ୱେଷ୍ଟଇଣ୍ଡିଜ୍ ଟ୍ବେଣ୍ଟି-୨୦ ଦଳ: କାର୍ଲୋସ୍ ବ୍ରାଥୱେଟ୍ (ଅଧିନାୟକ), ଫାବିଆନ୍ ଆଲେନ, ଡାରେନ୍ ବ୍ରାଭୋ, ସିମରନ୍ ହେଟମର, ଏଭିନ ଲୁଇସ୍, ଓବେଦ ମ୍ୟାକୟ, ଆସଲେ ନର୍ସ, କେମୋ ପଲ୍, ଖାରି ପିଏରେ, କିରଣ ପୋଲାର୍ଡ, ରଭମ୍ୟାନ୍ ପାୱେଲ୍, ଦୀନେଶ ରାମଦିନ, ଆନ୍ଦେ୍ର ରସେଲ, ଶେରଫାନେ ରଦରଫୋର୍ଡ, ଓସାନେ ଥୋମାସ।
ନୂଆଦିଲ୍ଲୀ, : ବିଶ୍ବକପ୍ ଆଉ ମାତ୍ର ୯ ମାସ ଥିବାରୁ ଏସିଆ କପ୍ ଭଳି ୱେଷ୍ଟଇଣ୍ଡିଜ୍ ବିପକ୍ଷ ଦିନିକିଆ ଶୃଙ୍ଖଳାରେ ଭାରତ ପ୍ରମୁଖ ଖେଳାଳିଙ୍କୁ ବିଶ୍ରାମ ଦେଇପାରେ। ଅଧିନାୟକ ବିରାଟ କୋହଲି ଆଫଗାନିସ୍ତାନ ବିପକ୍ଷ ଏକମାତ୍ର ଟେଷ୍ଟ ଏବଂ ଏସିଆ କପ୍ ଖେଳି ନଥିଲେ। ହେଲେ ସେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଦଳକୁ ଫେରିବାର ସମ୍ଭାବନା ଅଧିକ ରହିଛି। ଦ୍ରୁତ ବୋଲର ଯଶପୀତ ବୁମରା ଓ ଭୁବେନଶ୍ବର କୁମାରଙ୍କ ବିଶ୍ରାମ ୍ଅବଧି ଟିକିଏ ବଢ଼ିପାରେ। ଯାହା ଯୁବ ଖେଳାଳିଙ୍କ ପାଇଁ ଭଲ ସୁଯୋଗ ଭାବେ ଉଭା ହେବ।
ଦିନିକିଆରେ କୋହଲି, ବୁମ୍ରା ଏକ ନମ୍ବର
ଦୁବାଇ : ଆଇସିସି ଦିନିକିଆ ବ୍ୟାଟ୍ସମ୍ୟାନ୍ ଓ ବୋଲର ମାନ୍ୟତାରେ ଭାରତୀୟ ଅଧିନାୟକ ବିରାଟ କୋହଲି ଏବଂ ଦ୍ରୁତ ବୋଲର ଯଶପ୍ରୀତ ବୁମରା ପ୍ରଥମ ସ୍ଥାନ ବଜାୟ ରଖିଛନ୍ତି। କୋହଲି ୮୮୪ ପଏଣ୍ଟ ଏବଂ ବୁମରା ୭୯୭ ପଏଣ୍ଟ ସହ ଯଥାକ୍ରମେ ବ୍ୟାଟ୍ସମ୍ୟାନ୍ ଓ ବୋଲର ମାନ୍ୟତାର ଶୀର୍ଷରେ ରହିଛନ୍ତି। ବ୍ୟାଟ୍ସମ୍ୟାନ୍ ମାନ୍ୟତାରେ ଶ୍ରେଷ୍ଠ ୧୦ ମଧ୍ୟରେ ରୋହିତ ଶର୍ମା (୮୪୨) ଦ୍ବିତୀୟ, ଶିଖର ଧାୱନ (୮୦୨) ଦଶମ ସ୍ଥାନରେ ରହିଛନ୍ତି। ବୋଲିଂରେ ବୁମରାଙ୍କ ପଛକୁ କୁଲଦୀପ ଯାଦବ (୭୦୦) ତୃତୀୟ ସ୍ଥାନରେ ଥିଲା ବେଳେ ଆଫଗାନିସ୍ତାନ ସ୍ପିନର ରସିଦ ଖାନ୍ (୭୮୮) ଦ୍ବିତୀୟ ସ୍ଥାନ ଅଧିକାର କରିଛନ୍ତି। ଦଳଗତ ମାନ୍ୟତାରେ ଭାରତ (୧୨୨) ଇଂଲଣ୍ଡ ପଛକୁ ଦ୍ବିତୀୟ ସ୍ଥାନରେ ଅଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/10/gaylegi.jpg)