ଚଣ୍ଡିଗଡ: ଆଇପିଏଲ୍-୧୧ ପୂର୍ବରୁ କିଙ୍ଗ୍ସ ଏକାଦଶ ପଞ୍ଜାବ ଦଳର ମାର୍ଗଦର୍ଶକ ତଥା ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ବିସ୍ଫୋରକ ବ୍ୟାଟ୍ସମ୍ୟାନ୍ ବୀରେନ୍ଦ୍ର ସେହବାଗ ନିଜ ଦଳର ତାରକା ବ୍ୟାଟ୍ସମ୍ୟାନ୍ କ୍ରିସ୍ ଗେଲ୍ଙ୍କୁ ନୂଆ ନାଁ ଦେଇଛନ୍ତି। ଗେଲ୍କୁ ସେ ନିଜ ଟ୍ଵିଟର ପୃଷ୍ଠାରେ କିସନପ୍ରୀତ ଭାବେ ସମ୍ବୋଧନ କରିଛନ୍ତି। କିଛି ଦିନ ତଳେ ଗେଲ୍ ନିଜ ଟ୍ଵିଟର ପୃଷ୍ଠାରେ ଭାଙ୍ଗଡ଼ା କରୁଥିବାର ଭିଡିଓ ପ୍ରକାଶ କରିଥିଲେ। ସେହବାଗ ଏହାର ଜବାବ ଦେଇ କୁକୁଡ଼ା ନୃତ୍ୟର ଏକ ଭିଡିଓ ପ୍ରକାଶ କରିଥିଲେ। ଏଥିରେ ସେ ଗେଲ୍ଙ୍କୁ ତାତ୍ସଲ୍ୟ କରି କିସନପ୍ରୀତ ଗିଲ ଭାବେ ଡାକିଥିଲେ।
Advertisment
Sambad is now on WhatsApp
Join and get latest news updates delivered to you via WhatsApp