‘ଗେଲ୍‌ ରଫ୍‌ତାର’ରୁ ଜାତୀୟ ସ୍ତରକୁ ଓଡ଼ିଶାରୁ ୩୨ ମନୋନୀତ

କଟକ: ନ୍ୟାସନାଲ ୟୁଥ୍‌ କୋଅପରେଟିଭ ସୋସାଇଟି (ଏନୱାଇସିଏସ୍‌) ପକ୍ଷରୁ ଡ୍ରିମ୍‌ସ ସ୍ପୋର୍ଟସ କଂପ୍ଲେକ୍ସଠାରେ ତିନି ଦିନ ଧରି ଚାଲିଥିବା ତୃତୀୟ ରାଜ୍ୟସ୍ତରୀୟ କ୍ରୀଡା ପ୍ରତିଭା ଚୟନ କାର୍ଯ୍ୟକ୍ରମ ‘ଗେଲ ରଫତାର’ ରବିବାର ଉଦ୍‌ଯାପିତ ହୋଇଛି। ଏଥିରେ ୧୪ ଓ ୧୭ ବର୍ଷରୁ କମ୍‌ ବୟସ ବର୍ଗର ଉଭୟ ବାଳକ ଓ ବାଳିକା ବିଭାଗରେ ବିଭିନ୍ନ ଜିଲ୍ଲାରୁ ୧୬୮ କ୍ରୀଡାବିତ୍‌ ଅଂଶଗ୍ରହଣ କରିଥିଲେ। ସେମାନଙ୍କ ମଧ୍ୟରୁ ୩୨ଜଣ ନୂଆଦିଲ୍ଲୀରେ ଅନୁଷ୍ଠିତ ହେବାକୁଥିବା ଜାତୀୟ ପ୍ରତିଯୋଗିତାକୁ ମନୋନୀତ ହୋଇଛନ୍ତି। ଉଦ୍‌ଯାପନୀ ସମାରୋହରେ ଡ୍ରିମ୍‌ସ ଶିକ୍ଷାନୁଷ୍ଠାନ ସମୂହର ପ୍ରତିଷ୍ଠାତା ଅଧ୍ୟକ୍ଷ ପ୍ରମୋଦ ଚନ୍ଦ୍ର ରଥ ମୁଖ୍ୟଅତିିଥି ଭାବେ ଯୋଗଦେଇ ରାଜ୍ୟସ୍ତରୀୟ ମନୋନୟନରେ ଭାଗନେଇଥିବା ଛାତ୍ରଛାତ୍ରୀଙ୍କ କ୍ରୀଡା ପ୍ରତିଭାକୁ ପ୍ରଶଂସା କରିଥିଲେ। ବିଶିଷ୍ଟ ଅତିଥି ଭାବେ ଓଡିଶା ରୋଇଂ ସଂଘର ସଭାପତି ବିନୋଦ ଦାସ, ସମ୍ମାନିତ ଅତିଥି ବିଶିଷ୍ଟ କ୍ରୀଡାବିତ୍‌ ତଥା ଅଲିମ୍ପିଆନ୍‌ ଅନୁରାଧା ବିଶ୍ୱାଳ, ‘ଡ୍ରିମ୍‌ସ’ର ବରିଷ୍ଠ ନିର୍ଦ୍ଦେଶକ ପ୍ରଦୀପ୍ତ ଚନ୍ଦ୍ର ରଥ, ପ୍ରାଧ୍ୟାପକ ଲୋକନାଥ ବେହେରା, ସଂଗଠନର ସର୍ବ ଭାରତୀୟ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଉମେଶ ଲେଣ୍ଡି, ଉପାଧ୍ୟକ୍ଷ ମନୀଷ କୁମାର, କ୍ରୀଡ଼ା ନିର୍ଦ୍ଦେଶକ ନବକିଶୋର ମିଶ୍ର, ଉପାଧ୍ୟକ୍ଷ ମନୀଷ କୁମାର ପ୍ରମୁଖ ଉପସ୍ଥିତ ଥିଲେ। ସଂଗଠନର ରାଜ୍ୟ ସଂଯୋଜକ ରବୀନ୍ଦ୍ରନାଥ ଦାସ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର