ବାର୍ବାଡସ୍: ଚଳିତ ମାସ ୩୦ ତାରିଖରୁ ଆରମ୍ଭ ହେବାକୁ ଯାଉଥିବା ବିଶ୍ବକପ୍ ପାଇଁ କ୍ରିସ୍ ଗେଲ୍ ୱେଷ୍ଟଇଣ୍ଡିଜ୍ ଦଳର ଉପଅଧିନାୟକ ମନୋନୀତ ହୋଇଛନ୍ତି। ୨୦୧୯ ବିଶ୍ବକପ୍ ପରେ ଗେଲ୍ ଅବସର ନେବାର ସଂକେତ ଦେଇଥିବାରୁ ତାଙ୍କ ଅଭିଜ୍ଞତାକୁ ସମ୍ମାନ ଜଣାଇ ୱେଷ୍ଟଇଣ୍ଡିଜ୍ କ୍ରିକେଟ୍ ବୋର୍ଡ ଏଭଳି ନିଷ୍ପତ୍ତି ନେଇଛି। ଚଳିତ ଆଇପିଏଲ୍ରେ କିଙ୍ଗ୍ସ ଇଲେଭେନ୍ ପଞ୍ଜାବ ପକ୍ଷରୁ ପ୍ରଭାବୀ ପ୍ରଦର୍ଶନ କରିଥିବା ଗୋଲ୍ଙ୍କୁ ବିଶ୍ବକପ୍ରେ ସ୍ଥାନ ମିଳିଥିଲା। ସେ ମଧ୍ୟ ଇଣ୍ଡିଜ୍ ପକ୍ଷରୁ ୨୮୯ ଦିନିକିଆ ଆନ୍ତର୍ଜାତିକ ମ୍ୟାଚ୍ ଖେଳି ୧୦, ୧୫୧ ରନ୍ ନିଜ ନାମରେ ରଖିଛନ୍ତି। ଦିନିକିଆ ଆନ୍ତର୍ଜାତିକରେ ତାଙ୍କ ଜୀବନର ଶ୍ରେଷ୍ଠ ପ୍ରଦର୍ଶନ ୨୧୫ ରନ୍। ଯାହାକୁ କି ଗେଲ୍ ୨୦୧୫ ବିଶ୍ବକପ୍ରେ ଜିମ୍ବାୱେ ବିପକ୍ଷରେ ହାସଲ କରିଥିଲେ। ଗେଲ୍ଙ୍କ ବ୍ୟକ୍ତିଗତ ୨୧୫ ରନ୍ର ପାଳି ୱେଷ୍ଟଇଣ୍ଡିଜ୍ ଦଳ ପାଇଁ ମଧ୍ୟ ଏବେ ବି ସର୍ବାଧିକ କୀର୍ତିମାନ ଭାବେ ଅତୁଟ ରହିଛି। ପୁଣି ଦିନିକିଆ ଆନ୍ତର୍ଜାତିକରେ ଏପର୍ଯ୍ୟନ୍ତ ହୋଇଥିବା ୮ ଦ୍ବିଶତକ ମଧ୍ୟରୁ ଗେଲ୍ଙ୍କ ୨୧୫ ଅନ୍ୟତମ। ବିଶ୍ବକପ୍ରେ ଜାତୀୟ ଦଳ ପକ୍ଷରୁ ଯେକୌଣସି ଫର୍ମାଟ୍ରେ ପ୍ରତିନିଧିତ୍ବ କରିବା ସବୁବେଳେ ସମ୍ମାନର କଥା। ପୁଣି ଅବସର ନେବାକୁ ମନସ୍ଥ କରିସାରିଥିବାରୁ ଆଗାମୀ ବିଶ୍ବକପ୍ ମୋ ପାଇଁ ସ୍ବତନ୍ତ୍ର ବୋଲି ପ୍ରତିକ୍ରିୟା ରଖିଛନ୍ତି ଗେଲ୍। ଗେଲ୍ ଶେଷଥର ପାଇଁ ଇଣ୍ଡିଜ୍ ଦିନିକିଆ ଦଳର ନେତୃତ୍ବ ୨୦୧୦ ଜୁନ୍ ମାସରେ ନେଇଥିଲେ। ଆଉ ଏବେ ଉପଅଧିନାୟକ ଦାୟିତ୍ବ ମିଳିଥିବାରୁ ଦଳରେ ଅଧିନାୟକଙ୍କ ସମେତ ସାଥୀ ଖେଳାଳିଙ୍କୁ ପୂର୍ଣ୍ଣମାତ୍ରାରେ ସହଯୋଗ କରିବା ମୋର କର୍ତବ୍ୟ ବୋଲି ଗେଲ୍ କହିଛନ୍ତି। ଆସନ୍ତା ବିଶ୍ବକପ୍ରେ ଦଳ ମୋଠୁ ରଖିଥିବା ଆଶାକୁ ପୂରଣ କରିବା ପାଇଁ ପ୍ରୟାସ କରିବି ଏବଂ ଦେଶବାସୀଙ୍କୁ ଖୁସୀ ଦେଇପାରିବି ବୋଲି ଗେଲ୍ କହିଛନ୍ତି। ୱେଷ୍ଟଇଣ୍ଡିଜ୍ ଚଳିତ ମାସ ୩୧ ତାରିଖ ଦିନ ପାକିସ୍ତାନ ସହ ମ୍ୟାଚ୍ ଖେଳି ତା’ର ବିଶ୍ବକପ୍ ଅଭିଯାନ ଆରମ୍ଭ କରିବ।
ଗେଲ୍ ଇଣ୍ଡିଜ୍ ବିଶ୍ବକପ୍ ଦଳ ଉପଅଧିନାୟକ
/sambad/media/post_attachments/wp-content/uploads/2019/05/3-chris-gayle.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)