ସିଡନି: ଅଷ୍ଟ୍ରେଲିଆରେ ହୋଇଥିବା ଏକ ମାନହାନି ମୋକଦ୍ଦମାରେ େଓ୍ଵଷ୍ଟଇଣ୍ଡିଜର ଚର୍ଚିତ ବ୍ୟାଟ୍ସମ୍ୟାନ୍ କ୍ରିସ୍ ଗେଲଙ୍କର ବିଜୟ ହୋଇଛି। ଗେଲ୍ ୨୦୧୫ ବିଶ୍ୱକପ୍ ବେଳେ ଡ୍ରେସିଂ ରୁମ୍ରେ ମାଲିସ୍ବାଲି ଲିଆନେ ରସେଲଙ୍କୁ ନିଜ ସମ୍ବେଦନଶୀଳ ଅଙ୍ଗ ଦେଖାଇଥିବା ଅଷ୍ଟ୍ରେଲିଆର ଏକ ସ୍ଥାନୀୟ ଖବରକାଗଜ ଅଭିଯୋଗ ଆଣିଥିଲା। ଏପରିକି ଗେଲ୍ଙ୍କ ବିରୋଧରେ ସଂପୃକ୍ତ ଖବରକାଗଜ ଅଦାଲତର ଦ୍ୱାରସ୍ଥ ହୋଇଥିଲା। ଗେଲ୍ କିନ୍ତୁ ଏହି ଅଭିଯୋଗକୁ ଖଣ୍ଡନ କରି ଆସୁଥିଲେ। ସୋମବାର ନ୍ୟୁ ସାଉଥ୍ େଓ୍ଵଲ୍ସର ଉଚ୍ଚତମ ନ୍ୟାୟାଳୟ ମାମଲାର ବିଚାର କରି ଗେଲ୍ଙ୍କୁ ଦୋଷ ମୁକ୍ତ କରିଛି। ଏହି ରାୟ ମୋତେ ବେଶ୍ ଆନନ୍ଦିତ କରିଛି। ମୁଁ ନିର୍ଦୋଷ ବୋଲି ପ୍ରମାଣିତ ହୋଇଗଲା ବୋଲି ଗେଲ୍ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି।
ମାନହାନି ମୋକଦ୍ଦମାରେ ଗେଲ୍ଙ୍କ ବିଜୟ
/sambad/media/post_attachments/wp-content/uploads/2017/10/cris-gayle.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)