ପଣ୍ଟିଂଙ୍କୁ ଠେକୁଆ କହିଥିଲେ ଗମ୍ଭୀର

ନୂଆଦିଲ୍ଲୀ: ପୂର୍ବତନ ଭାରତୀୟ ବ୍ୟାଟ୍ସମ୍ୟାନ୍‌ ଗୌତମ ଗମ୍ଭୀର ମଙ୍ଗଳବାର ଷ୍ଟାର ସ୍ପୋର୍ଟ୍ସ ଚାଟ୍‌ ‌ସୋ’ କ୍ରିକେଟ୍‌ କନକ୍ଟେଡ୍‌ରେ ୨୦୦୮ ମସିହାରେ ଅଷ୍ଟ୍ରେଲୀୟ ଅଧିନାୟକ ରିକି ପଣ୍ଟିଂଙ୍କ ସହ ହୋଇଥିବା ସ୍ଲେଜିଂର ସ୍ମୃତିକୁ ମନେ ପକାଇଛନ୍ତି। ୨୦୦୮ ମସିହାରେ ଅନିଲ କୁମ୍ବଲେଙ୍କ ନେତୃତ୍ବରେ ଭାରତ ଖେଳୁଥିଲା। ଅଷ୍ଟ୍ରେଲିଆ ବିପକ୍ଷ ଟେ‌ଷ୍ଟ୍‌ ଶୃଙ୍ଖଳାର ବେଙ୍ଗାଲୁରୁରେ ଖେଳାଯାଇଥିବା ପ୍ରଥମ ମ୍ୟାଚ୍‌ରେ ମୁଁ ଦ୍ବିଶତକ ହାସଲ କରିଥିଲି। ମୁଁ ବ୍ୟାଟିଂ କଲା ବେଳେ ପଣ୍ଟିଂ ଚିଡ଼ାଇଲା ଭଳି କିଛି କହିଥିଲେ। ସେ ସିଲି ପଏଣ୍ଟ୍‌ରେ ଥିଲେ ଏବଂ କହିଥିଲେ, ‘ତୁମେ ବିଶ୍ବରେ ନିଆଁ ଲଗାଇପାରିବ ନାହିଁ’। ମୁଁ କହିଲି ତୁମେ ଯଦି ଭାରତରେ ନଥା’ନ୍ତ, ସତରେ ତୁମେ ଠେକୁଆ ହୋଇଥା’ନ୍ତ। ତାଙ୍କ ପ୍ରଦର୍ଶନ କହୁଛି ‌‌ଯେ ଭାରତରେ ପଣ୍ଟିଂ ଠେକୁଆ ବୋଲି ୩୮ ବର୍ଷୀୟ ବାମହାତୀ ପ୍ରାରମ୍ଭିକ ବ୍ୟାଟ୍‌ସମ୍ୟାନ୍‌ ଗମ୍ଭୀର ପୁରୁଣା ସ୍ମୃତିକୁ ମନେପକାଇ କହିଛନ୍ତି। ‌ଭାରତରେ ‌ପଣ୍ଟିଂଙ୍କ ‌ପ୍ରଦର୍ଶନ ଭଲ ନାହିଁ। ସେ ୧୪ ଟେଷ୍ଟ୍‌ ଖେଳି ଗୋଟିଏ ଶତକ ସହ ୨୬.୬୮ ହାରରେ ମାତ୍ର ୬୬୨ ରନ୍‌ କରିଛନ୍ତି। ୪୬ ଦିନିକିଆରେ ୫ ଶତକ ସହ ୩୯.୪୫ ହାରରେ ୧୭୩୬ ରନ୍‌ କରିଛନ୍ତି।

ସମ୍ବନ୍ଧିତ ଖବର