ନୂଆଦିଲ୍ଲୀ: ନିକଟରେ କ୍ରିକେଟ୍ରୁ ଅବସର ନେଇଥିବା ଭାରତୀୟ ବ୍ୟାଟ୍ସମ୍ୟାନ୍ ଗୌତମ ଗମ୍ଭୀର ଠକେଇ ମାମଲାରେ ଫସି ଯାଇଛନ୍ତି। ଯାହାଫଳରେ ଗୁରୁବାର ତାଙ୍କ ବିରୋଧରେ ଦିଲ୍ଲୀର ଏକ ଅଦାଲତ ଜାମିନଯୁକ୍ତ ଗିରଫ ପରୱାନା ଜାରି କରିଛନ୍ତି। ଲୋକମାନଙ୍କୁ ଗାଜିଆବାଦସ୍ଥିତ ଇନ୍ଦ୍ରପୁରମଠାରେ ଘର ଯୋଗାଇଦେବାକୁ କହି ରୁଦ୍ର ବିଲ୍ଡୱେଲ୍ସ ନାମକ ରିଅଲ୍ ଇଷ୍ଟେଟ୍ ଅଗ୍ରୀମ ଅର୍ଥ ସଂଗ୍ରହ କରିଥିଲା। ହେଲେ ୨୦୧୧ରୁ ଏଭଳି କରିବା ସତ୍ତ୍ବେ ୨୦୧୬ ପର୍ଯ୍ୟନ୍ତ ଏଠାରେ କୌଣସି କାମ ଆରମ୍ଭ ହୋଇନଥିଲା। ଗମ୍ଭୀର ଏହି କମ୍ପାନିର ନିର୍ଦେଶକ ଏବଂ ମୁଖ୍ୟ ଦୂତ ଥିଲେ। କମ୍ପାନି ଗମ୍ଭୀରଙ୍କ ଏକ ବଡ଼ ବ୍ୟାନର୍ ମଧ୍ୟ ସେଠାରେ ମାରିଥିଲା। ଫଳରେ ଗମ୍ଭୀରଙ୍କ ଯୋଗୁଁ ଲୋକଙ୍କ ବିଶ୍ବାସ କମ୍ପାନି ଉପରେ ବଢ଼ିଥିଲା। ଏହାର ଫାଇଦା ନେଇ କମ୍ପାନି ଲୋକଙ୍କଠୁ ଟଙ୍କା ସଂଗ୍ରହ କରିଥିଲେ ମଧ୍ୟ ଘର ଯୋଗାଇ ନଥିଲା। ତେଣୁ ଅଗ୍ରିମ ଦେଇଥିବା କ୍ରେତାମାନେ କମ୍ପାନି ବିରୋଧରେ ଅଦାଲତର ଆଶ୍ରୟ ନେଇଥିଲେ। ବାରମ୍ବାର ନୋଟିସ ପରେ ମଧ୍ୟ ଗମ୍ଭୀର ଅଦାଲତରେ ଉପସ୍ଥିତ ହେଉନଥିବାରୁ ତାଙ୍କୁ ଗିରଫ ପରୱାନା ଜାରି କରାଯାଇଛି। ଆସନ୍ତା ବର୍ଷ ଜାନୁଆରି ୨୪ ତାରିଖ ପୂର୍ବରୁ ବ୍ୟକ୍ତିଗତ ଭାବେ ହାଜର ହେବାକୁ ମଧ୍ୟ ଗମ୍ଭୀରଙ୍କୁ ନୋଟିସ ହୋଇଛି।
ଠକେଇ ମାମଲାରେ ଫସିଲେ ଗମ୍ଭୀର
/sambad/media/post_attachments/wp-content/uploads/2018/12/gautam-gambhir_1544105981.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)