ସଂପ୍ରତି ଆଇପିଏଲ୍ ଚାଲିଥିବାରୁ ଭାରତୀୟ କ୍ରିକେଟ୍ ଦଳର ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଗୁରୁ ଦାୟିତ୍ବରୁ ମୁକ୍ତ ଅଛନ୍ତି। ତେବେ ଭାରତ ଜୁନ୍ରେ ଇଂଲଣ୍ଡ ଗସ୍ତ କରିବା ପୂର୍ବରୁ ଗମ୍ଭୀରଙ୍କୁ ଦୁଇ ମାସ ଛୁଟି ମିଳିଯାଇଛି। ଏପରିକି ଆଇସିସି ଚାମ୍ପିଅନ୍ସ ଟ୍ରଫି ବିଜୟରେ ଖୁସିରେ ଥିବା ଗମ୍ଭୀର ପରିବାର ସହ ଏହି ସମୟ କାଟିବାକୁ ନିଷ୍ପତ୍ତି ନେଇଛନ୍ତି। ତାଙ୍କୁ ମିଳିଥିବା ବିରତି ସମୟକୁ ଗମ୍ଭୀର ଖୁବ୍ ଉପଭୋଗ କରିବାକୁ ପରିବାର ସହ ଫ୍ରାନ୍ସ ଗସ୍ତ କରିଛନ୍ତି।
ପତ୍ନୀ ନତାଶା ଏବଂ ଦୁଇ ଝିଅ ଅଜୀନ ଓ ଅନାଇଜାଙ୍କ ସହ ଗମ୍ଭୀର ଫ୍ରାନ୍ସର ବରଫ ଆଚ୍ଛାଦିତ ପାହଡ଼ପର୍ବତର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଖୁବ୍ ଉପଭୋଗ କରୁଛନ୍ତି। ଭାରତର ବରିଷ୍ଠ ଦଳ ଇଂଲଣ୍ଡ ବିପକ୍ଷ ୫ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ୍ ଶୃଙ୍ଖଳା ଖେଳିବା ପୂର୍ବରୁ ଗମ୍ଭୀର ଭାରତୀୟ ‘ଏ’ ଦଳ ସହ ସେଠାକୁ ଗସ୍ତ କରିବେ। ସେଠାରେ ଇଂଲଣ୍ଡ ପାଣିପାଗରେ ରିଜର୍ଭ ଖେଳାଳି ଆକଳନ କରିବାର ସୁଯୋଗ ପାଇବେ ବୋଲି ଏକ ରିପୋର୍ଟରୁ ସୂଚନା ମିଳୁଛି।