ନୂଆଦିଲ୍ଲୀ: ୨୦୦୭ ବିଶ୍ବ ଟ୍ବେଣ୍ଟି-୨୦ ଏବଂ ୨୦୧୧ ଦିନିକିଆ ବିଶ୍ବକପ୍ରେ ଭାରତକୁ ବିଜେତା କରାଇବାରେ ସେ ପ୍ରମୂଖ ଭୂମିକା ତୁଲାଇଥିଲେ। ପୁଣି ତାଙ୍କ ନେତୃତ୍ବରେ ୨୦୧୨ ଓ ୨୦୧୪ରେ କୋଲ୍କାତା ନାଇଟ୍ ରାଇଡର୍ସ ଆଇପିଏଲ୍ ବିଜେତା ହୋଇଥିଲା। ଏଭଳି ଜଣେ ସଫଳ କ୍ରିକେଟର୍ ହେଲେ ଦିଲ୍ଲୀ ତାରକା ଗୌତମ ଗମ୍ଭୀର। ହେଲେ ଏହି ଭାରତୀୟ ବାମହାତୀ ବ୍ୟାଟ୍ସମ୍ୟାନ୍ ଅଚାନକ ମଙ୍ଗଳବାର କ୍ରିକେଟ୍ର ସମସ୍ତ ଫର୍ମାଟ୍ରୁ ଅବସର ଘୋଷଣା କରି ସମସ୍ତଙ୍କୁ ଚକିତ କରିଦେଇଛନ୍ତି। ଏପରିକି ଆଇପିଏଲ୍ରେ ମଧ୍ୟ ଆଉ ତାଙ୍କ ଖେଲ ଦେଖିବାକୁ ମିଳିବନି ବୋଲି ସ୍ପଷ୍ଟ ହୋଇଯାଇଛି। ଫଳରେ ତାଙ୍କ ୧୫ ବର୍ଷର ଲମ୍ବା କ୍ରିକେଟ୍ ଜୀବନର ଅନ୍ତ ଘଟିଛି। ଗୁରୁବାରଠୁ ସ୍ଥାନୀୟ ଫିରୋଜ ଶାହା କୋଟଲାରେ ଖେଳାଯିବାକୁ ଥିବା ଦିଲ୍ଲୀ ଓ ଆନ୍ଧ୍ର ପ୍ରଦେଶ ରଣଜୀ ଟ୍ରଫି ମୁକବିଲା ତାଙ୍କ କ୍ରିକେଟ୍ ଜୀବନର ଶେଷ ମ୍ୟାଚ୍ ବୋଲି ଗମ୍ଭୀର ସୂଚନା ଦେଇଛନ୍ତି। ମଙ୍ଗଳବାର ଅଚାନକ ଭାବେ ଟ୍ବିଟରରେ ସେ ନିଜର ଅବସର ଘୋଷଣା କରିଛନ୍ତି। ଏହି ନିଷ୍ପତ୍ତି ଅତ୍ୟନ୍ତ କଷ୍ଟକର ଥିଲା। ହେଲେ ଅତ୍ୟନ୍ତ ଦୁଃଖର ସହ ଏଭଳି ନିଷ୍ପତ୍ତି ନେଲି ବୋଲି ଗମ୍ଭୀର କହିଛନ୍ତି। ୩୭ ବର୍ଷ ବୟସ୍କ ଗମ୍ଭୀର ୨୦୦୩ ମସିହାରେ ଢାକାରେ ଆନ୍ତର୍ଜାତିକ ପଦାର୍ପଣ କରିଥିବା ବେଳେ ଭାରତ ପାଇଁ ୫୮ ଟେଷ୍ଟ୍, ୧୪୭ ଦିନିକିଆ ଓ ୩୭ ଆନ୍ତର୍ଜାତିକ ଟ୍ବେଣ୍ଟି-୨୦ ଖେଳିଛନ୍ତି। ଆଉ ଏହି ତିନି ଫର୍ମାଟ୍ରେ ମିଳିତ ଭାବେ ସେ ୧୦,୦୦୦ରୁ ଅଧିକ ରନ୍ କରିଛନ୍ତି। ସେଥିମଧ୍ୟରୁ ଟେଷ୍ଟ୍ରେ ୪୧.୯୫ ହାରରେ ୪୧୫୪ ରନ୍ (୯ ଶତକ, ୨୨ ଅର୍ଧଶତକ), ଦିନିକିଆରେ ୩୯.୬୮ ହାରରେ ୫୨୩୮ ରନ୍ (୧୧ ଶତକ, ୩୪ ଅର୍ଧଶତକ) ଏବଂ ଟ୍ବେଣ୍ଟି-୨୦ରେ ୭ ଅର୍ଧଶତକ ସହ ୯୩୨ ରନ୍ କରିଛନ୍ତି। ତାଙ୍କର ମୋଟ ରନ୍ ସଂଖ୍ୟା ୧୦,୩୨୪ ରହିଛି।
ଗମ୍ଭୀରଙ୍କ ଅବସର:୧୫ ବର୍ଷ ଲମ୍ବା କ୍ରିକେଟ୍ ଜୀବନର ଅନ୍ତ
/sambad/media/post_attachments/wp-content/uploads/2018/12/gambhir.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)