ନୂଆଦିଲ୍ଲୀ : ଯୁବ କ୍ରିକେଟ ଖେଳାଳି ହର୍ଷିତ ରାଣାଙ୍କୁ ନେଇ ମୁହାଁମୁହିଁ ହେଲେ ଦୁଇ ଭାରତୀୟ କ୍ରିକେଟ ଖେଳାଳି । ଜଣେ ହେଉଛନ୍ତି କ୍ରିସ୍ ଶ୍ରୀକାନ୍ତ ଓ ଅନ୍ୟ ଜଣେ ହେଉଛନ୍ତି ଭାରତୀୟ କ୍ରିକେଟ ଦଳର ପ୍ରଶିକ୍ଷକ ଗୌତମ ଗମ୍ଭୀର । 

Advertisment

କିଛି ଦିନ ପୂର୍ବେ ଶ୍ରୀକାନ୍ତ ତାଙ୍କ ୟୁଟ୍ୟୁବ୍ ଚ୍ୟାନେଲ ମାଧ୍ୟମରେ ହର୍ଷିତ ରାଣାଙ୍କୁ ଅଷ୍ଟ୍ରେଲିଆ ଗସ୍ତରେ ସାମିଲ କରିବାର ନିଷ୍ପତ୍ତି ଉପରେ ପ୍ରଶ୍ନ ଉଠାଇଥିଲେ। ସେ ଦାବି କରିଥିଲେ ଯେ ରାଣାଙ୍କୁ କେବଳ ଗମ୍ଭୀରଙ୍କ "ପ୍ରିୟ ଖେଳାଳି" ହୋଇଥିବାରୁ ଦଳରେ ସାମିଲ କରାଯାଇଥିଲା। ଶ୍ରୀକାନ୍ତଙ୍କ ବୟାନର ଏକ ଭିଡିଓ କ୍ଲିପ୍ ଭାଇରାଲ ହୋଇଥିଲା। ଏବେ ଏହାର ଜବାବ ଦେଇଛନ୍ତି ଗୌତମ । ଗମ୍ଭୀର କହିଛନ୍ତି ଯେ ୨୩ ବର୍ଷୀୟ ଉଦୀୟମାନ କ୍ରିକେଟରଙ୍କୁ ଟାର୍ଗେଟ କରିବା ଲଜ୍ଜାଜନକ।

ଗମ୍ଭୀରଙ୍କ ଘନିଷ୍ଠ ହୋଇଥିବାରୁ ହର୍ଷିତ ଟିମରେ ଅଛନ୍ତି : ଶ୍ରୀକାନ୍ତ ।

 ନିଜର ୟୁଟ୍ୟୁବ ଚ୍ୟାନେଲ ଚଳାଇବାକୁ ଯୁବ କ୍ରିକେଟିୟରଙ୍କୁ ଟାର୍ଗେଟ କରୁଛନ୍ତି ଶ୍ରୀକାନ୍ତ : ଗମ୍ଭୀର ।

ଦ୍ୱିତୀୟ ଭାରତ ବନାମ ୱେଷ୍ଟଇଣ୍ଡିଜ୍ ଟେଷ୍ଟ ସମାପ୍ତ ହେବା ପରେ ଏକ ସାମ୍ବାଦିକ ସମ୍ମିଳନୀରେ ଗୌତମ ଗମ୍ଭୀର କହିଛନ୍ତି, "ଏହା ଲଜ୍ଜାଜନକ ଯେ ଆପଣ କେବଳ ଆପଣଙ୍କର ୟୁଟ୍ୟୁବ୍ ଚ୍ୟାନେଲ୍ ଚଲାଇବା ପାଇଁ ଜଣେ ୨୩ ବର୍ଷୀୟ ଖେଳାଳିଙ୍କୁ ଟାର୍ଗେଟ କରୁଛନ୍ତି। ହର୍ଷିତଙ୍କ ବାପା ପୂର୍ବତନ ଅଧ୍ୟକ୍ଷ, ପୂର୍ବତନ କ୍ରିକେଟର କିମ୍ବା ପ୍ରବାସୀ ଭାରତୀୟ ନୁହଁନ୍ତି। ସେ ନିଜ ଯୋଗ୍ୟତାରେ କ୍ରିକେଟ୍ ଖେଳୁଛନ୍ତି ଏବଂ ଏପରି କରି ଚାଲିବେ। ଯଦି ଆପଣ ସୋସିଆଲ ମିଡିଆରେ ୨୩ ବର୍ଷୀୟ ଖେଳାଳିଙ୍କ ବିଷୟରେ ଏପରି କଥା କୁହନ୍ତି, ତେବେ ଏହା ତାଙ୍କ ମାନସିକତା ଉପରେ କ'ଣ ପ୍ରଭାବ ପକାଇବ?"