ଲକ୍ଷ୍ନୌ: ଗତକାଲି ଏକ ରୋମାଞ୍ଚକ ମ୍ୟାଚ୍‌ରେ ୫ ଥର ବିଜେତା ମୁମ୍ବାଇ ଇଣ୍ଡିଆନ୍ସକୁ ୫ ରନ୍‌ରେ ପରାସ୍ତ କରି ଲକ୍ଷ୍ନୌ ସୁପର୍ ଜାଏଣ୍ଟସ୍‌ ପ୍ଲେ ଅଫ୍ ଆଶାକୁ ବଢ଼ାଇ ଦେଇଛି। ଗୋଟିଏ ମ୍ୟାଚ୍‌ ପୂର୍ବରୁ ଏହି ଦଳ ୧୫ ପଏଣ୍ଟ ସହ ତୃତୀୟକୁ ଉଠିଛି। ଗୋଟିଏ ମ୍ୟାଚ୍‌ ପୂର୍ବରୁ ମୁମ୍ବାଇ ୧୪ ପଏଣ୍ଟ ସହ ଚତୁର୍ଥକୁ ଖସିଯାଇଛି। ‌ଶେଷ ଦୁଇ ଓଭରରୁ ମୁମ୍ବାଇକୁ ୩୦ ରନ୍‌ ଆବଶ୍ୟକ ପଡ଼ିଥିଲା। ୧୯ତମ ଓଭରରେ ନବୀନ ଉଲ୍ ହକ୍‌ଙ୍କୁ ଟିମ୍ ଡେଭିଡ୍ ୨ ଛକା ମାରି ୧୯ ରନ୍ ଆଦାୟ କରିବା ପରେ ମୁମ୍ବାଇ ମ୍ୟାଚ୍‌ ଜିତିଯିବ ବୋଲି ସଭିଏଁ ଧରି ନେଇଥିଲେ। ତେବେ ଶେଷକୁ କିନ୍ତୁ ଲକ୍ଷ୍ନୌ ସୁପର୍ ଜାଏଣ୍ଟସ୍‌ ଜିତିଥିଲା | ତେବେ ଏହି ମ୍ୟାଚ ସମୟର ଏକ ଫଟୋ ଏବେ ସୋସିଆଲ ମିଡିଆରେ ଘୁରିବୁଲୁଛି |

Advertisment

ଯେଉଁଥିରେ ଲକ୍ଷ୍ନୌ ସୁପର୍ ଜାଏଣ୍ଟସ୍‌ ମେଣ୍ଟର ଗୌତମ ଗମ୍ଭୀରଙ୍କୁ ଦେଖିବାକୁ ମିଳିଛି | ଏଥିରେ ଗୌତମ ଗମ୍ଭୀର ଶୋଇପଡ଼ିଥିବାର ଦେଖିବାକୁ ମିଳିଛି | ସୋସିଆଲ ମିଡ଼ିଆର ଚର୍ଚ୍ଚା ମୁତାବକ ଶେଷ ଦୁଇ ଓଭରରୁ ମୁମ୍ବାଇକୁ ୩୦ ରନ୍‌ ଆବଶ୍ୟକ ହେଉଥିବାବେଳେ ୧୯ତମ ଓଭରରେ ବୋଲିଂ କରିବାକୁ ଲକ୍ଷ୍ନୌ ସୁପର୍ ଜାଏଣ୍ଟସର ବୋଲର ନବୀନ ଉଲ୍ ହକ୍‌ ଆସିଥିଲେ | ହେଲେ ତାଙ୍କ ବୋଲିଂରେ ମୁମ୍ବାଇ ବ୍ୟାଟ୍ସମ୍ୟାନମାନେ ୧୯ ରନ ସ୍କୋର କରିଥିଲେ | ଯେହେତୁ ନବୀନ ପ୍ରଥମ ୩ ଓଭର ଭଲ ବୋଲିଂ କରିଥିଲେ ସେଥିପାଇଁ ଅଧିନାୟକ କ୍ରୁନାଲ ପାଣ୍ଡ୍ୟା ତାଙ୍କୁ ବୋଲିଂ କରିବାକୁ ସୁଯୋଗ ଦେଇଥିଲେ | ତେବେ ନବୀନ ବ୍ୟାଟ୍ସମ୍ୟାନଙ୍କୁ ରୋକିବାରେ ବିଫଳ ହୋଇଥିଲେ | ଏହି ସମୟରେ ମେଣ୍ଟର ଗମ୍ଭୀରଙ୍କୁ ଦେଖିବାକୁ ମିଳିଥିଲା | ଆଉ ସୋସିଆଲ ମିଡ଼ିଆର ଚର୍ଚ୍ଚା ମୁତାବକ ନବୀନଙ୍କ ପ୍ରଦର୍ଶନରେ ହତାଶ ହୋଇ ଗମ୍ଭୀର ଶୋଇପଡ଼ିଥିଲେ |