କୋହଲିଙ୍କୁ ଗମ୍ଭୀରଙ୍କ ସମାଲୋଚନା

କେପଟାଉନ୍ : ଦକ୍ଷିଣ ଆଫ୍ରିକା ଅଧିନାୟକ ଡିନ୍ ଏଲଗାରଙ୍କ ଏଲ୍‌ବିଡବ୍ଲ୍ୟୁ ଆଉଟ୍ ନିଷ୍ପତ୍ତି ଡିଆରଏସ୍‌ରେ ବଦଳିବା ପରେ ଭାରତୀୟ ଅଧିନାୟକ ବିରାଟ କୋହଲି ଦେଇଥିବା ପ୍ରତିକ୍ରିୟାକୁ ପୂର୍ବତନ ଭାରତୀୟ ଓପନର ଗୌତମ ଗମ୍ଭୀର ତୀବ୍ର ସମାଲୋଚନା କରିଛନ୍ତି। କୋହଲିଙ୍କ ପ୍ରତିକ୍ରିୟାକୁ ସେ ଅତିରଞ୍ଜିତ ଏବଂ ଅପରିପକ୍ବ ବୋଲି ବର୍ଣ୍ଣନା‌ କରିଛନ୍ତି। ଦକ୍ଷିଣ ଆଫ୍ରିକା ପାଳିର ୨୧ତମ ଓଭରରେ ଘଟିଥିବା ଏହି ଘଟଣାରେ ଏଲଗାରଙ୍କୁ ଅମ୍ପାୟାର ଆଉଟ୍ ଦେଇଥିଲେ ମଧ୍ୟ ଡିଆର୍‌ଏସ୍‌ ବଳରେ ସେ ବର୍ତ୍ତି ଯାଇଥିଲେ। ଏହା ପରେ କୋହଲି ଷ୍ଟମ୍ପ ମାଇକ୍ରୋଫୋନ୍ ପାଖକୁ ଯାଇ ‘‘କେବଳ ପ୍ରତିପକ୍ଷ ନୁହେଁ, ତୁମ ଦଳ ଉପରେ ମଧ୍ୟ ଧ୍ୟାନ କେନ୍ଦ୍ରୀଭୂତ କର। ସବୁବେଳେ ଲୋକଙ୍କୁ ଧରିବାକୁ ଚେଷ୍ଟା କରୁଛ’’ ବୋଲି କହିଥିଲେ। ପୂରା ଦେଶ ମାତ୍ର ୧୧ ଜଣ ଖେଳାଳିଙ୍କ ବିରୋଧରେ ଖେଳୁଛି ବୋଲି ମଧ୍ୟ କେଏଲ୍ ରାହୁଲ କହୁଥିବା ଶୁଣିବାକୁ ମିଳିଥିଲା। ପଡ଼ିଆ ଭିତରେ ଏଭଳି ଉଗ୍ରତା ଭଲ ନୁହେଁ ବୋଲି ଗମ୍ଭୀର କହିଛନ୍ତି। ସେହିଭଳି କୋହଲି ସବୁବେଳେ ଏଭଳି କରି ଖସି ଯାଉଛନ୍ତି। ଏଥର ତାଙ୍କୁ ଦଣ୍ଡିତ କରାଯାଉ ବୋଲି ଇଂଲଣ୍ଡର ପୂର୍ବତନ ଅଧିନାୟକ ମାଇକେଲ୍ ଭନ୍ ଦାବି କରିଛନ୍ତି। କୋହଲି କିନ୍ତୁ ଏହା ଏକ ସ୍ବାଭାବିକ ପ୍ରତିକ୍ରିୟା ଥିଲା। ଏଥିନେଇ ଅଯଥା ବିବାଦ ସୃଷ୍ଟି ନକରିବାକୁ ଆହ୍ବାନ କରିଛନ୍ତି ସେ। ସେହିଭଳି ଚେତେଶ୍ବର ପୂଜାରା ଓ ଆଜିଙ୍କ୍ୟ ରାହାଣେଙ୍କ ଭବିଷ୍ୟତ ନେଇ କୋହଲି କିଛି କହିବାକୁ ମନା କରିଦେଇଥିଲେ।

ସମ୍ବନ୍ଧିତ ଖବର